Advertisement

ସ୍ପଷ୍ଟ କଲେ ରାଜୀବ- ଚାରୁ, ସମ୍ପର୍କରେ ଆସିନି ତିକ୍ତତା

ମୁମ୍ବାଇ: ବିବାହର ଏକ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ଚର୍ଚ୍ଚା ହେଉଥିଲା। ଉଭୟ ଉଭୟଙ୍କୁ ଅନ୍‌ଫଲୋ କରିବା ଚାରୁଙ୍କ କିଛି ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି କିଛି ଅନୁମାନ କରାଯାଉଥିଲା। ହେଲେ ସେମାନଙ୍କ ସମ୍ପର୍କ ପୂର୍ବଭଳି ରହିଛି ବୋଲି ରାଜୀବ ସ୍ପଷ୍ଟ କରିଛନ୍ତି। ସେ ନିଜର ଇନ୍‌ଷ୍ଟା ପୃଷ୍ଠାରେ ଉଭୟଙ୍କ କିଛି ରୋମାଣ୍ଟିକ୍‌ ଫଟୋ ଶେୟାର କରି କ୍ୟାପ୍‌ଶନ୍‌ରେ ‘ଏତିକି କହିବାର ଅଛି, ମୁଁ ତୁମକୁ ଭଲପାଏ’ ବୋଲି ଚାରୁ ଲେଖିଛନ୍ତି। ଏହାର ଜବାବରେ ‘ମୁଁ ବି ତୁମକୁ ଭଲପାଏ। ତୁମପାଇଁ ମୁଁ ଜୀବନ ଦେବାକୁ ପ୍ରସ୍ତୁତ’ ବୋଲି ରାଜୀବ ଲେଖିଛନ୍ତି। ଯେଉଁମାନେ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଉଥିଲେ ସେମାନେ ଏହାର ଜବାବ ଦେଇଛନ୍ତି ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel