ସ୍ପାର୍ସକୁ ଟପିଲା କରୋନା: ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଲା

ବେଜିଂ,୯।୨: ଚାଇନାର କରୋନା ମହାମାରୀ ଯୋଗୁ ହାହାକାର ସୃଷ୍ଟି ହୋଇଛି। ଦେଶର ୩୦ଟିରୁ ଅଧିକ ସହରରେ ସନ୍ଦିଗ୍ଧ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୮୧୧ରେ ପହଞ୍ଚିଛି। ୨୦୦୨-୨୦୦୩ରେ ସ୍ପାର୍ସ ଯୋଗୁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଏହା ଟପିଯାଇଛି। ସ୍ପାର୍ସ ଯୋଗୁ ଏଠାରେ ୭୭୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୮ ହଜାର ୯୮ ଜଣ ସ୍ପାସା ଦ୍ୱାରା ସଂକ୍ରମିତ ହୋଇଥିଲେ। ତେବେ ଏବେ କରୋନା ମୃତ୍ୟୁ ସଂଖ୍ୟା ସ୍ପାର୍ସ ରେକର୍ଡ ଭାଙ୍ଗିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାର ଶହେ ୯୮ରେ ପହଞ୍ଚିଛି। ସେହିପରି ସନ୍ଦିଗ୍ଧଙ୍କ ସଂଖ୍ୟା ୨୮ ହଜାର ୯ ଶହ ୪୨ରେ ପହଞ୍ଚିଛି। ଇତିମଧ୍ୟରେ ୨ ହଜାର ୬ଶହ ୪୯ ଲୋକଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। କରୋନା ସଂକ୍ରମିତଙ୍କର ୩ ଲକ୍ଷ ୭୧ ହଜାର ୯ଶହ ୫ ଜଣ ନିକଟ ସମ୍ପର୍କୀୟ ଥିବା ସରକାରୀ ଭାବେ କୁହାଯାଇଛି।

Share