Categories: ଖେଳ

ସ୍ପିନର ରୂପେ ପଦାର୍ପଣ କରିଥିଲେ, କିନ୍ତୁ ଏବେ ନଂ ୧ ଟେଷ୍ଟ ବ୍ୟାଟ୍ସମ୍ୟାନ

ଷ୍ଟିଭ ସ୍ମିଥଙ୍କ ନାମ ପ୍ରାୟତଃ କ୍ରିକେଟ ପ୍ରଶଂସକମାନେ ଶୁଣିଥିବେ। କିନ୍ତୁ ତାଙ୍କ ଅତୀତ ବିଷୟରେ ଖୁବ କମ୍‌ଙ୍କୁ ଜଣା। ୨୦୧୦ ସିଜନରେ ମେଲବୋର୍ନଠାରେ ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ସେ ଜଣେ ଲେଗ୍‌ ସ୍ପିନର ଭାବେ ପଦାର୍ପଣ କରିଥିଲେ। ସେହି ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ୨୦୧୦ ଆଇସିସି ଟି୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଉପବିଜେତା ହୋଇ ରହିଥିଲା। ଦଳରେ ସ୍ଥାନ ପାଇଥିବା ସ୍ପିଥ ୭ ମ୍ୟାଚ୍‌ରେ ୧୧ ଉଇକେଟ ନେଇଥିଲେ। ଏହାପରେ ସମାନ ବର୍ଷ ପାକିସ୍ତାନ ବିପକ୍ଷ ଟେଷ୍ଟ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା। ସେତେବେଳେ ଶେନ ଓ୍ବର୍ନ ଅବସର ନେଇ ସାରିଥିବାରୁ ଦଳରେ ଏକ ଲେଗ୍‌ ସ୍ପିନରଙ୍କ ଆବଶ୍ୟକତା ଥିଲା। ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ସ୍ମିଥ ବୋଲିଂ ଅପେକ୍ଷା ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ। ଏହାପରେ ଆଶେସ ଓ ଭାରତ ବିପକ୍ଷ ସିରିଜ୍‌ରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନରେ ଆହୁରି ସୁଧାର ଆସିଥିଲା। ଏହିଠାରୁ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ପରବର୍ତ୍ତୀ ସମୟରେ ଦଳର ୩ ନଂ ବ୍ୟାଟିଂ ପୋଜିଶନ ଅକ୍ତିଆର କରିବା ସହ ଅଧିନାୟକ ମଧ୍ୟ ହୋଇଥିଲେ। ସେ ଏବେ ନଂ୧ ଟେଷ୍ଟ ବ୍ୟାଟ୍ସମ୍ୟାନ। ଏପର୍ଯ୍ୟନ୍ତ ୬୮ ଟେଷ୍ଟ ଖେଳି ୬,୯୭୩ ରନ୍‌ କରିଥିବାବେଳେ ମାତ୍ର ୧୭ ଉଇକେଟ ନେଇଛନ୍ତି। ଦିନିକିଆରେ ୧୧୮ ମ୍ୟାଚ୍‌ରେ ୩,୮୧୦ ରନ୍‌ କରିବା ସହ ୨୮ ଉଇକେଟ ହାତେଇଛନ୍ତି।

Share