ସ୍ପେନ ଯିବେ ଶ୍ରଦ୍ଧା

ମୁମ୍ବାଇ: ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ରଣବୀର କପୁର ଓ ଶ୍ରଦ୍ଧା କପୁର ପ୍ରଥମ ଥର ପାଇଁ ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି । ଚଳିତ ସପ୍ତାହର ଆରମ୍ଭରେ ଏମାନଙ୍କୁ ମୁମ୍ବଇ ଏୟାପୋର୍ଟରେ ସ୍ପଟ କରାଯାଇଥିଲା । ଏମାନେ ଫିଲ୍ମର ଶୁଟିଂ ପାଇଁ ଦିଲ୍ଲୀ ଯାଉଥିଲେ । ଉଭୟ ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବରରେ ଉଭୟ ସ୍ପେନ ଯାତ୍ରା କରିବେ । ସେଠାରେ ନିର୍ଦ୍ଦେଶକ ଲଭ ରଞ୍ଜନ ଫିଲ୍ମର କିଛି ରୋମାଣ୍ଟିକ ଗୀତ ଓ ସିନ୍ ଶୁଟିଂ କରିବାର ଯୋଜନା ରଖିଛନ୍ତି । ଫିଲ୍ମର ନିର୍ମାତା କହିଛନ୍ତି ଯଦି ସବୁକିଛି ଠିକ୍ ରହିଲା ତେବେ ଫିଲ୍ମରେ ରଣବୀରଙ୍କ ମାତାପିତା ଭୂମିକାରେ ବୋନି କପୁର ଓ ଡିମ୍ପଲ କାପଡିଆଙ୍କୁ ଦେଖିବାକୁ ମିଳିବ । ସେଥିପାଇଁ ସେମାନେ ବି ସ୍ପେନ ଯାଇ ପାରନ୍ତି । ଯଦି ମହାମାରୀ କାରଣରୁ ସ୍ପେନ ଯିବାକୁ ଅନୁମତି ନ ମିଳିଲା ତେବେ ଇନଡୋର ଶୁଟିଂ କାମ ଶେଷ କରିବାକୁ ନିର୍ମାତା ଲକ୍ଷ୍ୟ ରଖିଛନ୍ତି । ଯଦି ଏହା ସମ୍ଭବ ହେଲା ତେବେ ବୋନି କପୁରଙ୍କୁ ବହୁତ ଦିନ ପରେ ପୁଣି ଥରେ ଅଭିନୟ କରିବା ଦେଖିବାକୁ ମିଳିବ । ସବୁଠାରୁ ବଡ କଥା ହେଲା ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ସ୍ଥିର ହୋଇ ନ ଥିବା ବେଳେ ଦର୍ଶକେ ରଣବୀର ଓ ଶ୍ରଦ୍ଧାଙ୍କ କେମେଷ୍ଟ୍ରିକୁ ଅପେକ୍ଷା ରଖିଛନ୍ତି ।

Share