Categories: ଖେଳ

ସ୍ପେଶାଲ ଅଲିମ୍ପିକ୍‌ ଭାରତ- ଓଡ଼ିଶା ଏଫ୍‌ସି ବୁଝାମଣା

ଭୁବନେଶ୍ୱର,୧୩।୧୨(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରେ ଫୁଟବଲର ବିକାଶ ପାଇଁ ଓଡ଼ିଶା ଏଫ୍‌ସି ସ୍ପେଶାଲ ଅଲିମ୍ପିକ୍ସ ଭାରତ (ଏସ୍‌ଓବି) ସହିତ ଏକ ବୁଝାମଣା ପତ୍ରରେ ସ୍ବାକ୍ଷର କରିଛି। ପୂର୍ବରୁ ଓଡ଼ିଶା ଏଫ୍‌ସି ଦିଲ୍ଲୀ ଡାଇନାମୋସ ଦଳ ଥିଲା। ସେବେଠାରୁ କ୍ଲବ ସ୍ପେଶାଲ ଅଲିମ୍ପିକ୍‌ ଭାରତ ସହିତ ଜଡିତ ରହିଆସିଛି। ଓଡ଼ିଶା ଏଫ୍‌ସି ମଧ୍ୟ ସ୍ପେଶାଲ ଅଲିମ୍ପିକ୍‌ ଭାରତର ଏକ କୋଚ୍‌ ଏଡୁକେଶନ ପ୍ରୋଗ୍ରାମ ଆୟୋଜନ କରିଥିଲା। ଏଥିରେ ୨୨ଜଣ କୋଚ୍‌ ଅଂଶଗ୍ରହଣ କରିଥିଲେ। କୋଚ୍‌ମାନଙ୍କ ପାଇଁ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ସେସନର ଆୟୋଜନ କାରଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲବର ହେଡ୍‌ ଅଫ୍‌ ଦି ଫୁଟବଲ ଡେଭଲପ୍‌ମେଣ୍ଟ ଆକାଶ ନରୁଲା, ଗ୍ରାସରୁଟ ମ୍ୟାନେଜର ସାୟାନ୍ତନ ଗାଙ୍ଗୁଲି ଓ ଆସିଷ୍ଟାଣ୍ଟ ମ୍ୟାନେଜର ସୁଭମ ଦାସ ଯୋଗ ଦେଇଥିଲେ। ଦୁଇଜଣ ନୂଆ କୋଚ୍‌ ମହାବୀର ନାଥ ଓ ସୌରଭ ବିର୍ଡି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ। ଏସ୍‌ଓବି ସହିତ ମଳିତ ଭାବେ କାର୍ଯ୍ୟକରି ଆମେ ବହୁତ ଖୁସି। ଏହାଦ୍ୱାରା ରାଜ୍ୟରେ ଫୁଟବଲର ବିକାଶ ହୋଇପାରିବ ବୋଲି ନରୁଲା କହିଛନ୍ତି।

Share