ସ୍ପେଶାଲ ଗିଫ୍ଟ

ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ପାଇଁ ନଭେମ୍ବର ୧୪ ସବୁବେଳେ ସ୍ମରଣୀୟ ହୋଇ ରହିବ। କାରଣ କ’ଣ ଜାଣନ୍ତି ? ଏହି ଦିନ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଜି ହେଉଛି ସେମାନଙ୍କର ପ୍ରଥମ ମ୍ୟାରେଜ ଆନିଭର୍ସାରି। ତେଣୁ ଏହାକୁ ସ୍ପେଶାଲ କରିବାକୁ ଦୁହେଁ ଯୋଜନା କରିସାରିଛନ୍ତି। ଏହି ଦିନ ସେମାନେ ପରିବାର ସହ ପ୍ରଥମେ ତିରୁପତି ଯିବେ। ତା’ପରେ ଅମୃତସର ଯିବେ। ଅର୍ଥାତ୍‌ ଏପରି ସ୍ପେଶାଲ ଦିନରେ ଦୁହେଁ ଦେବଦେବୀ ଦର୍ଶନ କରି ଆଶୀର୍ବାଦ ନେବାକୁ ସ୍ଥିର କରିଛନ୍ତି। ହେଲେ ପ୍ରଥମ ମ୍ୟାରେଜ ଆନିଭର୍ସାରିରେ ଦୀପିକାଙ୍କୁ ରଣବୀର ଏକ ସ୍ପେଶାଲ ଗିଫ୍ଟ ଦେବେ ବୋଲି କହିଛନ୍ତି। ଏ ସମ୍ପର୍କରେ ରଣବୀର କୁହନ୍ତି, ‘ଏହି ସ୍ପେଶାଲ ଗିଫ୍ଟଟି କ’ଣ ତାହା ପୂର୍ବରୁ କହିବା ଠିକ୍‌ ହେବ ନାହିଁ। ସେହି ଦିନ ହିଁ ସମସ୍ତେ ଜାଣିପାରିବେ। ଦୀପିକା ମୋ ପାଇଁ ସବୁବେଳେ ସ୍ପେଶାଲ।’ ସୂଚନାଯୋଗ୍ୟ ଦୁହେଁ ଏବେ କପିଳ ଦେବଙ୍କ ବାୟୋପିକ ‘୮୩’ରେ ଅଭିନୟ କରୁଛନ୍ତି।

Share