ସ୍ପେଶାଲ ଟ୍ରେନ୍‌ରେ ପହଞ୍ଚତ୍ଲେ ୫୨୩୮ ପ୍ରବାସୀ

ବଲାଙ୍ଗୀର ଅଫିସ, ୨୪ା୫-ବଲାଙ୍ଗୀର ରେଳଷ୍ଟେଶନରେ ରବିବାର ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚତ୍ଛି ା ଆଉ ଏକ ଟ୍ରେନ୍‌ ରାତି ସୁଦ୍ଧା ପହଞ୍ଚତ୍ବ ା ସକାଳ ୭ଟାରେ ବିଶାଖାପାଟଣାରୁ ବଲାଙ୍ଗୀର ଆସିଥିବା ପ୍ରଥମ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ୧୩୮୧ ଜଣ ପ୍ରବାସୀ ଷ୍ଟେଶନ୍‌ରେ ପହଞ୍ଚତ୍ଥିଲେ ା ଏଥିରୁ କେବଳ ବଲାଙ୍ଗୀର ଜିଲାର ୧୦୫୨ ଜଣ ପ୍ରବାସୀ ରହିଥିଲେ ା ପୂର୍ବାହ୍ନ ପ୍ରାୟ ୧୨ଟାରେ ଦ୍ୱିତୀୟ ଟ୍ରେନ୍‌ ତେଲେଙ୍ଗାନାର କାଜିପେଟ ଷ୍ଟେଶନ୍‌ରୁ ଆସି ପହଞ୍ଚତ୍ଥିଲା ା ଏଥିରେ ସମୁଦାୟ ୨୦୨୪ ପ୍ରବାସୀ ଆସିଥିଲେ ା ଏହି ଟ୍ରେନ୍‌ରେ ବଲାଙ୍ଗୀର ଜିଲାର ସର୍ବାଧିକ ୧୬୦୩ ରହିଥିଲେ ା ତୃତୀୟ ଟ୍ରେନ୍‌ ତେଲେଭ୍‌ଗାନାର କାଜିପେଟ୍‌ ଷ୍ଟେଶନ୍‌ରୁ ଆସିଥିଲା ା ଏହି ଟ୍ରେନ୍‌ରେ ୧୮୩୩ ଜଣ ପ୍ରବାସୀ ଆସିଥିଲେ। ସେଥିରୁ ସର୍ବାଧିକ ୧୧୨୨ ଜଣ ପ୍ରବାସୀ ବଲାଙ୍ଗୀର ଜିଲାର ରହିଛନ୍ତି ା ଆଜି ଗୋଟିଏ ଦିନରେ ବଲାଙ୍ଗୀର ଷ୍ଟେଶନ୍‌ରେ ୩ଟି ଟ୍ରେନ୍‌ରେ ୫୨୩୮ ଜଣ ପ୍ରବାସୀ ଆସି ପହଞ୍ଚତ୍ଛନ୍ତି ଓ ସେଥିରୁ କେବଳ ବଲାଙ୍ଗୀର ଜିଲାର ୩୭୭୭ ଜଣ ପ୍ରବାସୀ ରହିଛନ୍ତି ା ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇବା ବ୍ୟବସ୍ଥା କରାଯାଇଛି ା ଅନ୍ୟ ଜିଲାର ପ୍ରବାସୀଙ୍କୁ ସେମାନଙ୍କ ଜିଲାକୁ ପଠାଇବା ବ୍ୟବସ୍ଥା କରାଯାଇଛି ା ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର ରେଳ ଷ୍ଟେଶନ୍‌ରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି ା