Categories: ଗଞ୍ଜାମ

ସ୍ପେଶାଲ ଡ୍ରାଇଭରେ ଦିଆଗଲାଣି ୭୭.୯୬ କୋଟି ଋଣ

ଛତ୍ରପୁର,୫ା୧୦(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ ଖେଳପଡିଆରେ ଗଞ୍ଜାମ ଜିଲାର ସମସ୍ତ ବ୍ୟାଙ୍କକୁ ନେଇ ଚାଲିଥିବା ଗ୍ରାହକ ସମ୍ପର୍କ, ଋଣ ବଣ୍ଟନ ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି ା ଉଦ୍‌ଯାପନ କାର୍ଯ୍ୟକ୍ରମରେ ଡିଆରଡିଏ ଏପିଡି ରବି ନାରାୟଣ ତ୍ରିପାଠୀ ଯୋଗଦେଇ ଏପରି ମେଳା ଦ୍ୱାରା ଲୋକେ ହାତପାଅନ୍ତାରେ ଋଣ ଏବଂ ବିଭିନ୍ନ ଲାଭ ପାଇପାରିବେ ବୋଲି କହିଥିଲେ ା ଏଲଡିଏମ୍‌ ଅଶୋକ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳା ସଂଘର ସଦସ୍ୟା ଓ ଅନ୍ୟମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା ା ଆନ୍ଧ୍ରବ୍ୟାଙ୍କ ଜିଏମ୍‌ ଭି. ବ୍ରହ୍ମାନନ୍ଦ ରେଡ୍ଡୀ, ଏସବିଆଇ ରିଜିଓନାଲ ମ୍ୟାନେଜର ଏଚ୍‌. ପଟ୍ଟନାୟକ, କାନାଡା ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ନିରାକାର ବେହେରା, ଉକତ୍ଳ ଗ୍ରାମୀଣ ବ୍ୟାଙ୍କର ଜିଲା ସଂଯୋଜକ କାମିନୀକାନ୍ତ ଜେନା, ବ୍ୟାଙ୍କ ପ୍ରବନ୍ଧକ ଶୁଭଦା ମହାନ୍ତି ପ୍ରମୁଖ ମେଳାରେ ଉପସ୍ଥିତ ଥିଲେ ା ଆନ୍ଧ୍ର ବ୍ୟାଙ୍କର ସୁକାନ୍ତ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା ସେପ୍ଟେମ୍ବର ୧୯ରୁ ଚାଲିଥିବା ସ୍ପେଶାଲ ଡ୍ରାଇଭରେ ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ବିଭିନ୍ନ ବ୍ୟାଙ୍କ ପକ୍ଷରୁ ମୋଟ ୭୭ କୋଟି ୯୬ ଲକ୍ଷ ୯୩ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି ା ଶୁକ୍ରବାର ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଉକ୍ତ ମେଳାରେ ୨ କୋଟି ୩୭ ଲକ୍ଷ ଟଙ୍କା ଋଣ ଦିଆଯାଇଛି। ଏହି ସ୍ପେଶାଲ ଡ୍ରାଇଭ ଆହୁରି ମାସେ ଚାଲିବ ବୋଳି ସୂଚନା ମିଳିଛି ା