ସ୍ପେଶାଲ ବାର୍ଥ ଡେ’

ବଲିଉଡ୍‌ର ୟଙ୍ଗ୍‌ ସେନ୍‌ସେସନ ଟାଇଗର ଶ୍ରଫ୍‌ଙ୍କୁ ନେଇ ଏବେ ଚର୍ଚ୍ଚା। ନିକଟରେ ସେ ନିଜର ବାର୍ଥ ଡେ’ ପାଳନ କରିଥିଲେ। ଆଉ ଏହାକୁ ଭେରି ଭେରି ସ୍ପେଶାଲ ବୋଲି କହିଛନ୍ତି। ଏହି ଅବସରରେ ସେ ଅଭିନୟ କରିଥିବା ତଥା ଚଳିତ ମାସ ୬ରେ ରିଲିଜ୍‌ ହେଉଥିବା ‘ବାଗୀ-୩’ର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କରିଥିଲେ। କେବଳ ସେତିକି ନୁହେଁ, ଏହି ଫିଲ୍ମର କିଛି କ୍ଲିପ୍‌ ସେଠାରେ ପ୍ରଦର୍ଶିତ ହୋଇଥିଲା। ‘ଏହି ଫିଲ୍ମଟି ମୋ ପାଇଁ ଏକ ଚ୍ୟାଲେଞ୍ଜ। ମୋତେ ମିଳିଥିବା ଭୂମିକା ଲାଗି ବେଶ୍‌ ପରିଶ୍ରମ କରିଛି। ଏଠାରେ ଫିଲ୍ମର ଥିମ୍‌ ସଙ୍ଗ୍‌ ରିଲିଜ୍‌ ହେଲା, ଯାହାକୁ ଦର୍ଶକ ନିଶ୍ଚୟ ଗ୍ରହଣ କରିବେ ବୋଲି ମୋର ଆଶା ଥିବା କହନ୍ତି ଟାଇଗର।’ ଅପରପକ୍ଷରେ ଆକ୍ସନ୍‌ଭିତ୍ତିକ ଏହି ଫିଲ୍ମଟି ସୁପରହିଟ୍‌ ହେବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ପୂର୍ବାନୁମାନ କରିସାରିଲେଣି। ଏଥିରେ ଟାଇଗରଙ୍କ ଅପୋଜିଟ୍‌ରେ ଅଛନ୍ତି ଶ୍ରଦ୍ଧା କପୁର। ସାଜିଦ୍‌ ନାଦିଓ୍ବାଦଓ୍ବାଲା ଫିଲ୍ମଟିର ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅହମ୍ମଦ ଖଁା।

Share