Categories: ଖେଳ

ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର

ବ୍ରିଟେନ ଫର୍ମୁଲା- ୧ ଡ୍ରାଇଭର ଲୁଇସ୍‌ ହାମିଲଟନ ଏଥର ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ସହ ଯୁଗ୍ମ ଭାବେ ଲୌରିଅସ୍‌ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି…

ଫର୍ମୁଲା-୧ ସୁପରଷ୍ଟାର ଲୁଇସ୍‌ ହାମିଲଟନଙ୍କୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ନୂଆ ସମ୍ମାନ ମିଳିଛି। ଫର୍ମୁଲା-୧ ରେସ୍‌ରେ ସଫଳତାର ଶୀର୍ଷକୁ ଛୁଇଁଥିଲେ ମଧ୍ୟ ପୂର୍ବରୁ ସେ କେବେ ଲୌରିଅସ ଓ୍ବାଲର୍‌ଡ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ହାସଲ କରି ନ ଥିଲେ। ତେବେ ସେ ମୋଟ ଉପରେ ଏହି ପୁରସ୍କାର ପାଇଁ ୬ଥର ନୋମିନେଟ ହୋଇଥିଲେ। ସେ ଯୁଗ୍ମ ଭାବେ ଆର୍ଜେଣ୍ଟିନା ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସିଙ୍କ ସହ ଏହି ପୁରସ୍କାର ପାଇଛନ୍ତି। ପୂର୍ବରୁ ୨ଜଣ ଫର୍ମୁଲା-୧ ଡ୍ରାଇଭର ଏହି ସମ୍ମାନଜନକ ପୁରସ୍କାର ହାସଲ କରିଥିଲେ। ସେବାଷ୍ଟିଆନ ଭେଟେଲ ଓ ମାଇକେଲ ସୁମାକର ଲୋରିୟସ ସମ୍ମାନ ହାସଲ କରିଥିଲେ।
ମର୍ସିଡିଜର ହାମିଲଟନ ଗତବର୍ଷ ଷଷ୍ଠ ଫର୍ମୁଲା-୧ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ହାସଲ କରି ସଫଳତାର ଶୀର୍ଷକୁ ଛୁଇଁଥିଲେ। ତେବେ ସେ ମାଇକେଲ ସୁମାକରଙ୍କ ୭ଟି ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ରେକର୍ଡଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ହାମିଲଟନଙ୍କର ଏହି ସଫଳତା ସର୍ବକାଳୀନ ଦ୍ୱିତୀୟ ଶ୍ରେଷ୍ଠ ବିବେଚିତ ହେଉଛି।
ପୁରସ୍କାର ଦୌଡ଼ରେ ଆମେରିକୀୟ ଅଭିଜ୍ଞ ଗଲ୍ଫର ଟାଇଗର ଉଡ୍ସ, ସ୍ପେନ୍‌ ଟେନିସ ସୁପରଷ୍ଟାର ରାଫାଲ ନାଡାଲ, ମୋଟର ସାଇକଲ ରେସର ମାର୍କ ମାର୍କକୁଏଜ, ଲଙ୍ଗ ଡିଷ୍ଟାନ୍ସ ରନର ଏଲିଉଡ କିପଚୋଗ ସାମିଲ ରହିଥିଲେ। ଏମାନେ ହାମିଲଟନ ଓ ମେସିଙ୍କୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମଥର ପାଇଁ ଲୋରିୟସ ଓ୍ବ୍‌ାଲର୍‌ଡ ସ୍ପୋଟର୍‌ସ ମ୍ୟାନ ଅଫ୍‌ ଦି ଇୟର ଭାଗ ହୋଇଛି। ବିଶ୍ୱ କ୍ରୀଡ଼ା ଜଗତରେ ଲୋରିୟସ ପୁରସ୍କାର ଓସ୍କାର ଭାବେ ପରିଗଣିତ ହୋଇଥାଏ। ପୁରସ୍କାର ପାଇବା ପରେ ହାମିଲଟନ ଖୁସି ଜାହିର କରିଛନ୍ତି।

Share