Categories: ଜାତୀୟ

ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଗଲେ ମୋଦି ସରକାର

ମୁମ୍ବାଇ,୩।୧୦: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ତେବେ କେନ୍ଦ୍ର ସରକାର ସ୍ବଚ୍ଛତା ଅଭିଯାନ ଜନକଙ୍କୁ ଭୁଲି ଯାଇଛନ୍ତି ବୋଲି ଅଭିଯୋଗ ହେଉଛି। ଏନେଇ ଅନ୍ତର୍ଜାତୀୟ ସହଯୋଗ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଜୟ ରଜକ କହିଛନ୍ତି। ସ୍ବଚ୍ଛତା ଅଭିଯାନ ସର୍ବ ପ୍ରଥମେ ସନ୍ଥ ଗାଡ୍‌ଗେଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତାଙ୍କର ପ୍ରକୃତ ନାମ ଦେବୁଜୀ ଝିଙ୍ଗରାଜ ଜନରକାର। ସେ ୧୮୭୬ ଫେବୃୟାରୀ ୨୩ରେ ମହାରାଷ୍ଟ୍ରର ଶେନ୍ଦଗାଓ୍ବଁରେ ଜନ୍ମଗ୍ରହଣ କରିଥିଲେ। ୧୯୬୫ ଡିସେମ୍ବର ୨୦ରେ ଅମରାବତୀଠାରେ ସେ ଦେହତ୍ୟାଗ କରିଥିଲେ। ଜୀବନବ୍ୟାପି ସେ ସ୍ବଚ୍ଛତା ଅଭିଯାନକୁ ଗୁରୁତ୍ୱ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୪ଠାରୁ ମୋଦି ସରକାର ଏହି ଅଭିଯାନ ପୁଣି ଥରେ ଆରମ୍ଭ କରିଥିବା ଅଜୟ କହିଛନ୍ତି। ତେଣୁ ତାଙ୍କ ନାମରେ ସ୍ବଚ୍ଛତା ସମ୍ମାନ ପ୍ରଦାନ କରିବାକୁ ଅନ୍ତର୍ଜାତୀୟ ସହଯୋଗ ସଂଗଠନ ପକ୍ଷରୁ ଦାବି ହୋଇଛି।

Share