ସ୍ବଚ୍ଛତା ପାଇଁ ସ୍କୁଲକୁ ମିଳିବ ପୁରସ୍କାର: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୨୫।୯(ବ୍ୟୁରୋ): ଏଣିକି ସ୍ବଚ୍ଛତା ପାଇଁ ବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ବୁଧବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ବ୍ଲକସ୍ତରରେ ୨ ହଜାର, ଜିଲାସ୍ତରରେ ୫ ହଜାର ଓ ରାଜ୍ୟସ୍ତରୀୟ ବିଦ୍ୟାଳୟଗୁଡ଼ିକୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ସ୍କୁଲଗୁଡ଼ିକ ଆଣ୍ଡ୍ରଏଡ ଆପ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଅକ୍ଟୋବର ୧୪ ଥିବା ବେଳେ ନଭେମ୍ବରରେ ପୁରସ୍କାର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଦାଶ ସୂଚନା ଦେଇଛନ୍ତି।

Share