ସ୍ବଚ୍ଛ ଭାରତ ଅଭିଯାନ: ମୋଦିଙ୍କୁ ମିଳିବ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୪।୯: ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’ ପ୍ରଦାନ କରାଯିବ। ବିଲ୍‌-ମିଲେଣ୍ଡା ଫାଉଣ୍ଡେସନ୍‌ ପକ୍ଷରୁ ଏହି ପୁରସ୍କାର ଦିଆଯିବ। ବିଶ୍ୱସ୍ତରରେ ଅବା ନିଜ ଦେଶରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜନେତାଙ୍କୁ ଏହି ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯାଇଥାଏ। ସୂଚନାଯୋଗ୍ୟ, ଭାରତରେ ମୋଦି ୨୦୧୪ ଅକ୍ଟୋବର ୨ଠାରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ଏହା ଦ୍ୱାରା ୫୦ କୋଟି ଲୋକ ଉପକୃତ ହୋଇପାରିଥିବା କୁହାଯାଉଛି।

Share