Advertisement
Categories: ଜାତୀୟ

ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତହୋଇ ୬୬ ଫୁଟର ଝାଡୁ ତିଆରିକଲେ ଶିକ୍ଷକ: ସୋସିଆଲ ମିଡ଼ିଆରେ ଭାଇରାଲ

ଜୟପୁର,୨୪।୪: କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନରେ ଉତ୍ସାହିତ ହୋଇ ରାଜସ୍ଥାନ ପଲାମୁର ଜଣେ ୨୨ ବର୍ଷ ବୟସ୍କ ଶିକ୍ଷକ ତିଆରି କରିଛନ୍ତି ୬୬ ଫୁଟର ଏକ ଝାଡୁ। ଶିକ୍ଷକ ଅଶୋକ କୁମାର ଠାକୁର ବାସ ସ୍ଥିତ ରାଜକୀୟ ପ୍ରବେଶିକା ସଂସ୍କୃତ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଏବେ ଏହି ଝାଡୁକୁ ରାଣାବାସ ସ୍ଥିତ ମେଘଓ୍ବାଲ ଛାତ୍ରାବାସରେ ରଖାଯାଇଛି। ଏହା ବିଶ୍ୱ ରେକର୍ଡରେ ସ୍ଥାନୀତ ହେବ ବୋଲି ଅଶୋକ କହିଛନ୍ତି। ଅଶୋକଙ୍କୁ ଏହି ଝାଡୁ ନିର୍ମାଣରେ ମାଙ୍ଗିଲାଲ୍‌ ରାଠୋଡ୍‌, ସୁଖଦେବ ଗୋୟଲ, ବିନୋଦ କୁମାର ମେହେରା ପ୍ରମୁଖ ସହଯୋଗ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୪ ଅକ୍ଟୋବର ୨ଠାରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ମିଶନ ଅଶୋକଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ଅଶୋକଙ୍କ ଝାଡୁ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share