ସ୍ବତନ୍ତ୍ର କ୍ଲବରେ ମାଲିଙ୍ଗା

ଲିଡ୍ସ,୨୧।୬: ଶ୍ରୀଲଙ୍କାର ଅଭିଜ୍ଞ ପେସର ଲସିଥ ମାଲିଙ୍ଗା ଏକ ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି। ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ୪ ଉଇକେଟ ନେଇ ବିଶ୍ୱକପ୍‌ ଇତିହାସରେ ୫୦ ଉଇକେଟ ପୂରଣ କରିଛନ୍ତି। ସେ ବିଶ୍ୱର ୪ର୍ଥ ଓ ଶ୍ରୀଲଙ୍କାର ଦ୍ୱିତୀୟ ବୋଲର ଭାବେ ବିଶ୍ୱକପ୍‌ରେ ୫୦ ଉଇକେଟ ଅଧିକାରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ସମ୍ମାନଜନକ ତାଲିକାରେ ଗ୍ଲେନ ମ୍ୟାକଗ୍ରାଥ (୭୧), ମୁଥିଆ ମୁରଲୀଧରନ (୬୮) ଓ ଓ୍ବାସିମ ଆକ୍ରମ (୫୫)ଙ୍କ ଭଳି ପୂର୍ବତନ ବୋଲର ରହିଛନ୍ତି। ଉଲ୍ଲେଖଥାଉ କି, ୨୩୨ ରନ୍‌ର ପିଛା କରୁଥିବା ଇଂଲଣ୍ଡକୁ ଆରମ୍ଭରୁ ଝଟ୍‌କା ଦେଇଥିଲେ। ଜନ୍ନି ବେଆରଷ୍ଟୋ (୦) ଓ ଜେମ୍ସ ଭିନ୍ସ (୧୪)ଙ୍କ ଉଇକେଟ ନେବା ପରେ କ୍ରିଜ୍‌ରେ ଜମି ସାରିଥିବା ଜୋ ରୁଟ୍‌ (୫୭) ଓ ଜୋସ ବଟଲର (୧୦)ଙ୍କୁ ପ୍ୟାଭିଲିଅନ ଫେରାଇ ଦେଇଥିଲେ।

Share