ଲଣ୍ଡନ,୯ା୬: ଭାରତୀୟ କ୍ରିକେଟ ଦଳର ଓପ୍ନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶିଖର ଧାଓ୍ବନ ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଯୋଡ଼ି ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ମ୍ୟାଚ୍ରେ ୧୨୭ ରନ୍ର ଭାଗୀଦାରି କରିଛନ୍ତି। ଆଇସିସି ଟୁର୍ନାମେଣ୍ଟରେ ରୋହିତ-ଧାଓ୍ବନଙ୍କ ଏହା ୬ଷ୍ଠ ଶତକୀୟ ଭାଗୀଦରି। ଏଥିସହ ଭାରତୀୟ ଓପ୍ନିଂ ଯୋଡ଼ି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଥ୍ୟୁ ହେଡେନ ଓ ଆଡାମ ଗିଲ୍ଖ୍ରୀଷ୍ଟଙ୍କ ସହ ସମକକ୍ଷ ହୋଇଛନ୍ତି। ଦୁଇ ପୂର୍ବତନ ଅଷ୍ଟ୍ରେଲିଆନ ଓପ୍ନର ମଧ୍ୟ ସମାନ ସଂଖ୍ୟକ ଶତକୀୟ ଭାଗୀଦାରି କରିଥିଲେ। ଏହି ତାଲିକାରେ ଶ୍ରୀଲଙ୍କାର କୁମାର ସଙ୍ଗକାରା ଓ ଟି.ଏମ୍. ଦିଲ୍ସାନଙ୍କ ଯୋଡ଼ି (୫ଥର) ଏବଂ ଦକ୍ଷିଣ ଆଫ୍ରିକାର ହର୍ଷଲ ଗିବ୍ସ-ଗ୍ୟାରୀ କର୍ଷ୍ଟନ (୪ଥର)ଙ୍କ ଯୋଡ଼ି ମଧ୍ୟ ରହିଛି।