ସ୍ବତନ୍ତ୍ର କ୍ଲବ୍‌ରେ ସାମି

ନୂଆଦିଲ୍ଲୀ,୧।୭-ଭାରତୀୟ ପେସର ମହମ୍ମଦ ସାମି ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ୫ ଉଇକେଟ ନେଇଛନ୍ତି। ଏଥିସହିତ ସେ ବିଶ୍ୱକପ୍‌ରେ କ୍ରମାଗତ ୩ଥର ୪ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ଉଇକେଟ ନେଇଥିବା ବୋଲରଙ୍କ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ସାମିଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ ସ୍ପିନର ଶାହିଦ ଆଫ୍ରିଦୀ ଏହି କ୍ଲବ୍‌ରେ ରହିଛନ୍ତି। ଆଫ୍ରିଦୀ ୨୦୧୧ ବିଶ୍ୱକପ୍‌ରେ କ୍ରମାଗତ ୩ ମ୍ୟାଚ୍‌ରେ ୪ ଉଇକେଟ ନେଇଥିଲେ। ସାମି ଇଂଲଣ୍ଡ ବିପକ୍ଷରେ ୬୯ ରନ୍‌ ବ୍ୟୟକରି ଜନି ବେୟାରଷ୍ଟୋ, ଜୋ ରୁଟ୍‌, ଇଆନ ମୋର୍ଗାନ, ଜୋସ୍‌ ବଟଲର ଓ କ୍ରିସ୍‌ ଓ୍ବକ୍ସଙ୍କ ଉଇକେଟ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ପେଲ୍‌। ଏହି ମ୍ୟାଚ୍‌ ପୂର୍ବରୁ ୨୮ ବର୍ଷୀୟ ବୋଲର ଓ୍ବେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ବିପକ୍ଷରେ ୪ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Share