Categories: ଖେଳ

ସ୍ବତନ୍ତ୍ର ଟି୨୦ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଧାଓ୍ବନ

ବାଙ୍ଗାଲୋର,୨୨।୯(ପିଟି): ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଶିଖର ଧାଓ୍ବନ ୩୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଅବସରରେ ସେ ଟି୨୦ ଫର୍ମାଟରେ ଧାଓ୍ବାନ ୭୦୦୦ ରନ୍‌ ପୂରଣ କରି ସ୍ବତନ୍ତ୍ର ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଦେଶର ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ଧାଓ୍ବନ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଏହି ତାଲିକାରେ ବିରାଟ କୋହଲି (୮,୫୪୭), ରୋହିତ ଶର୍ମା (୮,୩୦୩) ଓ ସୁରେଶ ରାଇନା (୮,୩୯୨) ରହିଛନ୍ତି। ମୋଟ ଉପରେ ୭ ହଜାର ରନ୍‌ ପୂରଣ କରିବାରେ ଧାଓ୍ବନ ବିଶ୍ୱର ୧୫ ନଂ ବ୍ୟାଟ୍ସମ୍ୟାନ। ଏଥିରେ ଓ୍ବେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଓପନର କ୍ରିସ ଗେଲ ୧୩,୦୨୧ ରନ୍‌ ସହ ଶୀର୍ଷରେ ଅଛନ୍ତି। ତାଙ୍କ ପରେ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡଡ଼ ମ୍ୟାକୁଲମ (୯,୯୨୨) ଓ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋର୍ଲାଡ (୯,୬୦୧) ରହିଛନ୍ତି। କେବଳ ଏହି ୩ ଜଣ ବ୍ୟାଟ୍ସମ୍ୟାନ ଟି୨୦ ଫର୍ମାଟରେ ୯ ହଜାର ଅତିକ୍ରମ କରିସାରିଛନ୍ତି।

Share