ମଙ୍ଗଲୁର,୨୪।୬: କର୍ନାଟକର ମଙ୍ଗଲୁରରେ ସୋମବାର ଶ୍ରୀ ଜ୍ଞାନ ଶକ୍ତି ସୁବ୍ରମଣ୍ୟମ୍ ସ୍ବାମୀ ମନ୍ଦିର ଦ୍ୱାରା ଆୟୋଜିତ ସମାରୋହ ‘କେସାର୍ଡ ଓଞ୍ଜି ଦିନା’ରେ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ଯୁବକମାନେ ଭାଗ ନେଇଥିଲେ। ଧାନ କ୍ଷେତରେ ଆୟୋଜିତ ଏହି ସମାରୋହରେ ଲୋକେ କାଦୁଅ ପାଣିରେ ଖୁବ୍ ନାଚି ମଜା କରିଥିଲେ। ଗତ ଶନିବାର ଏଠାରେ ମୌସୁମୀ ବର୍ଷା ହେବା ପରେ ଲୋକଙ୍କ ମଧ୍ୟରେ ଉତ୍ସବର ପରିବେଶ ଦେଖାଯାଇଛି। ଭଲ ବର୍ଷା ହେଲେ ଫସଲ ଭଲ ହେବ ବୋଲି ଚାଷୀ କହୁଥିବା ବେଳେ ଏଠାରେ ପ୍ରାୟ ୬୦ ପ୍ରତିଶତ ଜମିରେ ଧାନ ଫସଲ କରାଯାଇଥାଏ। ହେଲେ ବିଶେଷଜ୍ଞଙ୍କ କହିବା କଥା ହେଲା ଏଥର ଆଶାନୁରୂପ ବୃଷ୍ଟି ନ ହେବାର ସମ୍ଭାବନା ଥିବାରୁ ଚାଷୀ ଅନେକ କ୍ଷତି ସହିବେ।