Categories: ଜାତୀୟ

ସ୍ବତନ୍ତ୍ର ପାର୍ବତ୍ୟାଞ୍ଚଳ ବାହିନୀ ମୁତୟନ କଲା ଭାରତ

ନୂଆଦିଲ୍ଲୀ,୨୩ା୬: ଭାରତ-ଚାଇନା ମଧ୍ୟରେ ଥିବା ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟଙ୍କ ଅନୁପ୍ରବେଶକୁ ରୋକିବା ଲାଗି ଭାରତ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଯୁଦ୍ଧ କରିବାକୁ ସ୍ବତନ୍ତ୍ର ତାଲିମ ପାଇଥିବା ବାହିନୀକୁ ମୁତୟନ କରିଛି। ଏହି ଯବାନମାନେ ଏଲ୍‌ଏସିର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଲଢ଼ିବା ଓ ଗେରିଲା ଯୁଦ୍ଧ ପାଇଁ ଦୁଇ ଦଶନ୍ଧି ହେଲା ସ୍ବତନ୍ତ୍ର ତାଲିମ ନେଉଥିଲେ। ପାର୍ବତ୍ୟାଞ୍ଚଳରେ ଲଢ଼ିବା ସବୁଠୁ କଠିନ କାର୍ଯ୍ୟ ଓ ଏଥିରେ ଜୀବନ ଯିବା ଆଶଙ୍କା ଅଧିକ। ଉତ୍ତରାଖଣ୍ଡ, ଲଦାଖ, ଗୋର୍ଖା, ଅରୁଣାଚଳ ଓ ସିକ୍କିମ୍‌ରୁ ଯବାନମାନେ ଏହି ବାହିନୀରେ ସାମିଲ ହୋଇଛନ୍ତି।

Share