ସ୍ବତନ୍ତ୍ର ବସ୍‌ ଯୋଗେ ଝାଡଖଣ୍ଡ ଗଲେ ୨୮ ଶ୍ରମିକ

ବଡ଼ବିଲ, ୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲରୁ ବୁଧବାର ୨୮ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଝାଡ଼ଖଣ୍ଡ ରାଜ୍ୟକୁ ପଠାଯାଇଥିବା ଜଣାପଡିଛି। ରାଜ୍ୟର କେନ୍ଦୁଝର ଜିଲା ବାମେବାରୀ, ଯୋଡ଼ା ଓ ରୁଗୁଡି ଏବଂ ସୁନ୍ଦରଗଡ଼ ଜିଲାର କୋଇଡା ଓ କାଲଟା ଆଦି ସ୍ଥାନରେ କାର୍ଯ୍ୟ କରୁଥିବା ୨୮ ଜଣ ଶ୍ରମିକ ଏହି ବସ ଯୋଗେ ଯାଇଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ବକାରୋ, ଡୁମକା, ରାମଗଡ଼ ଆଦି ଜିଲାର ଶ୍ରମିକମାନେ ଏହି ବସ୍‌ରେ ଯାତ୍ରା କରିଥିବା ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି। ବସ୍‌ ନେଇ ଝାଡ଼ଖଣ୍ଡରୁ ଆସିଥିବା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ବାବଲୁ ସିଂହଙ୍କୁ ବଡ଼ବିଲ ତହସିଲଦାର ବେହେରା ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତି ପରେ ଏହି ଶ୍ରମିକ ମାନଙ୍କୁ ହସ୍ତାନ୍ତର କରିଥିଲେ। ବଡ଼ବିଲ ପୋଲିସ ଗାଡି ଝାଡ଼ଖଣ୍ଡ ପ୍ରବାସୀ ବସିଥିବା ବସ୍‌ଟିକୁ ଏସକର୍ଟ କରି ନେଇ ଝାଡ଼ଖଣ୍ଡ ସୀମାନ୍ତରେ ଛାଡିଥିଲା।