Categories: ଖେଳ

ସ୍ବତନ୍ତ୍ର ରେକର୍ଡ ବୁକ୍‌ରେ ରୋହିତ

ବିଶାଖାପାଟଣା,୫।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ଦଳର ଓପନର ରୋହିତ ଶର୍ମା ଶତକ ଲଗାଇଛନ୍ତି। ୧୨୭ ରନ୍‌ର ପାଳି ଖେଳିଥିବା ରୋହିତ ଏକ ସ୍ବତନ୍ତ୍ର ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି। ଓପନର ଭାବେ ପଦାର୍ପଣ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ। ତେବେ ଦେଶର ୬ଷ୍ଠ ବ୍ୟାଟ୍ସମ୍ୟାନ ଭାବେ ସେ ଗୋଟିଏ ଟେଷ୍ଟରେ ଦୁଇ ଶତକ ଲଗାଇଛନ୍ତି। ତାଙ୍କ ପୂର୍ବରୁ ବିଜୟ ହଜାରେ, ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର (୩ ଥର), ରାହୁଲ ଡ୍ରାଭିଡ୍‌ ( ଦୁଇ ଥର), ବିରାଟ କୋହଲି, ଅଜିଙ୍କ୍ୟ ରାହାନେ ଏଭଳି ସଫଳତା ପାଇସାରିଛନ୍ତି।

Share