ବେଙ୍ଗାଲୁରୁ,୧୪।୧୦: ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ପ୍ରଥମ ସ୍ନିପର ରାଇଫଲ ତିଆରି କରିବାକୁ ସକ୍ଷମ ହୋଇଛି। ବେଙ୍ଗାଲୁରୁର ଏସ୍ଏସ୍ଏସ୍ ଡିଫେନ୍ସ କମ୍ପାନୀ ପକ୍ଷରୁ ୨ଟି ସ୍ନିପର ରାଇଫଲ ନିର୍ମିତ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସତୀଶ ଆର୍. ମାଚାନି ସୂଚନା ଦେଇଛନ୍ତି। ଏହି ରାଇଫଲ ୨ଟିରେ ଯଥାକ୍ରମେ ୨୦ ଏବଂ ୨୪ ଇଞ୍ଚ୍ର ବ୍ୟାରେଲ ରହିଥିବା ସିଇଓ ବିବେକ କ୍ରିଷ୍ଣନ୍ କହିଛନ୍ତି।