ସ୍ବଦେଶୀ ଭେଣ୍ଟିଲେଟର ନିର୍ମାଣ ସ୍ବପ୍ନ ସତ ହେଲା

ନୂଆଦିଲ୍ଲୀ,୧୬।୬: କରୋନା ମହାମାରୀ ସହ ଲଢିବାକୁ ପ୍ରାୟ ସବୁ ଦେଶ ଆପ୍ରାଣ ଉଦ୍ୟମ କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ପଛରେ ପଡିନାହିଁ। ମେକ୍‌ ଇନ୍‌ ଇଣ୍ଡିଆ ପ୍ରୋଜେକ୍ଟ ଅଧିନରେ ଏବେ ସତ ହୋଇଛି ସ୍ବଦେଶୀ ଭେଣ୍ଟିଲେଟର ନିର୍ମାଣ ସ୍ବପ୍ନ। କେନ୍ଦ୍ର ସରକାର ଏବେ ୩,୦୦୦ ସ୍ବଦେଶୀ ଭେଣ୍ଟିଲେଟର ବିଭିନ୍ନ ହସ୍ପିଟାଲକୁ ଦେଇଥିବା ଜଣାପଡିଛି। ଭେଣ୍ଟିଲେଟର ହେଉଛି କରୋନା ରୋଗୀଙ୍କ ପାଇଁ ଲାଇଫ୍‌ ସେଭିଙ୍ଗ ମେଡିକାଲ ଇୁକ୍ୟୁପମେଣ୍ଟ। ଯେଉଁମାନଙ୍କ ସଂକ୍ରମଣ ଅଧିକ ହୋଇଥିବ ସେମାନଙ୍କୁ ଏହି ଭେଣ୍ଟିଲେଟର ଦ୍ୱାରା ଚିକିତ୍ସା କରାଯାଇଥାଏ। ମେ’୧ରେ ଏକ ପ୍ରେସ୍‌ ବିଜ୍ଞପ୍ତିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଜୁନ୍‌ ମାସ ସୁଦ୍ଧା ଦେଶରେ ୭୫,୦୦୦ ଭେଣ୍ଟିଲେଟରର ଆବଶ୍ୟକତା ରହିଛି। ଏବେ ପ୍ରଥମ ପର୍ଯ୍ୟାୟରେ ୩ ହଜାର ଭେଣ୍ଟି ଲେଟର ଯୋଗାଇ ଦିଆଯାଇଥିବା ବେଳେ ଆଗକୁ ମଧ୍ୟ ଆହୁରି ଯୋଗାଇ ଦିଆଯିବ ବୋଲି ଯୋଜନା ରହିଛି।

Share