Categories: Video

ସ୍ବଦେଶ ଫେରିବେ ବିଦେଶରେ ଫସିଥିବା ଭାରତୀୟ

ଗତ ଏକମାସରୁ ଅଧିକ ଦିନ ହେବ ସାରା ଦେଶରେ ଲକଡାଉନ ଜାରିରହିଛି । ଏହାଭିତରେ ପୁଣିଥରେ ମେ ୧୭ ପର୍ଯ୍ୟନ୍ତ ଲକଡାଉନକୁ ବଢାଇଦିଆଯାଇଛି । ଦେଶରେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆଙ୍କ ପରେ ଏବେ ବିଦେଶରେ ଫସିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ବିମାନ ଓ ନେଭିର ଜାହାଜ ଜରିଆରେ ବିଦେଶରେ ଭାରତୀୟଙ୍କୁ ଆଣିବା ଲାଗି ଅନୁମତି ଦେଇଛନ୍ତି । ମେ ୭ରୁ ବିଭିନ୍ନ ପର୍ଯ୍ୟାୟ କ୍ରମେ ବିଦେଶରେ ରହିଥିବା ଭାରତୀୟଙ୍କୁ ଅଣାଯିବ ।