ସ୍ବଦେଶ ଫେରିବେ ମାଲିଙ୍ଗା

ବ୍ରିଷ୍ଟଲ, ୧୧।୬- ଶ୍ରୀଲଙ୍କା କ୍ରିକେଟ ଦଳର ଭେଟେରାନ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ଚଳିତ ଆଇସିସି ବିଶ୍ୱକପ୍‌ ମଝିରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ମଙ୍ଗଳବାର ଏଠାରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ପରେ ମାଲିଙ୍ଗା ଶାଶୁଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାପାଇଁ ସ୍ବଦେଶ ଫେରି ଆସିବେ। ଶନିବାର ତାଙ୍କ ଶାଶୁ କାନ୍ଥି ପେରେରାଙ୍କର କଲମ୍ବୋସ୍ଥିତ ବାସଭବନରେ ବିୟୋଗ ହୋଇଥିଲା ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଗୁରୁବାର ତାଙ୍କ ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହେବ। ମାଲିଙ୍ଗା କିନ୍ତୁ ଶ୍ରୀଲଙ୍କାର ପରବର୍ତ୍ତୀ ମ୍ୟାଚ୍‌ ପୂର୍ବରୁ ଦଳ ସହ ଯୋଗ ଦେଇଥିବେ ବୋଲି ଜଣାପଡ଼ିଛି। ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ଜୁନ୍‌ ୧୫ରେ ଅଷ୍ଟ୍ରେଲିଆକୁ ଭେଟିବାର କାର୍ଯ୍ୟସୂଚୀ ରହିଛି।

Share