ସ୍ବପ୍ନରେ ନିଆଁ ବା ପାଣି ଦେଖିଲେ କ’ଣ ସଙ୍କେତ ରହିଥାଏ ଜାଣନ୍ତୁ

ନିଦରେ ସ୍ବପ୍ନ ଦେଖିବା ଏକ ସାଧାରଣ ଘଟଣା ହେଲେ ମଧ୍ୟ ଏହାର ସମ୍ବନ୍ଧ ଆମ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ ସହିତ ରହିଥାଏ। ତେବେ ସ୍ବପ୍ନରେ ଯଦି ନିଆଁ କିମ୍ବା ପାଣି ଦେଖନ୍ତି ଏହାର କ’ଣ ସଙ୍କେତ ରହିଥାଏ ସେ ସମ୍ପର୍କରେ ଜାଣନ୍ତୁ।

* ଯଦି ସ୍ବପ୍ନରେ କୌଣସି ସ୍ଥାନରେ ନିଆଁ ଲାଗିଥିବାର ଦେଖନ୍ତି ତେବେ ଏହା ଏହି ସଙ୍କେତ ଦିଏ କି ଆପଣ ଖୁବ୍‌ଶୀଘ୍ର ମାନସିକ ବିଶାଦରୁ ମୁକ୍ତି ପାଇବା ସହ ଭବିଷ୍ୟତରେ ବିଦେଶ ଯାତ୍ରା କରିପାରନ୍ତି।

* ସ୍ବପ୍ନରେ ଯଦି ନିଜ ଘର ନିଆଁରେ ଜଳୁଥିବାର ଦେଖନ୍ତି ତେବେ ଆପଣଙ୍କ ଘରେ ଖୁବ୍‌ଶୀଘ୍ର ସନ୍ତାନ ସୁଖ ପ୍ରାପ୍ତି ହେବାର ସୂଚନା ଦେଇଥାଏ। ଆଉ ଆପଣ ଯଦି ଅବିବାହିତ ଖୁବ୍‌ଶୀଘ୍ର ଆପଣ ନିଜ ମନପସନ୍ଦର ଜୀବନ ସାଥୀ ପାଇବାର ସଙ୍କେତ ମଧ୍ୟ ଦେଇଥାଏ।

* ସ୍ବପ୍ନରେ ନଦୀ ଦେଖିବା ଖୁବ୍‌ ଶୁଭ ବୋଲି କୁହାଯାଇଥାଏ। ଏହା ଆପଣଙ୍କ ସ୍ବପ୍ନକୁ ଖୁବ୍‌ଶୀଘ୍ର ପୂରା ହେବାର ସଙ୍କେତ ଦେଇଥାଏ।

* କିନ୍ତୁ ସ୍ବପ୍ନରେ ବନ୍ୟା ଦେଖିବା ଆଗାମୀ କୌଣସି ଅଘଟଣର ସୂଚନା ଦେଇଥାଏ ବୋଲି କୁହାଯାଏ।

* ସ୍ବପ୍ନରେ ବର୍ଷା ଦେଖିବା ଅର୍ଥ ଆଗାମୀ ଦିନରେ ଆପଣଙ୍କ ଜୀବନରେ ଖୁସି ଆସିବାର ସଙ୍କେତ ଦେଇଥାଏ।

* ସ୍ବପ୍ନରେ ସମୁଦ୍ର ଦେଖିବା ଅର୍ଥ ଆପଣଙ୍କ ଦ୍ୱାରା ହୋଇଥିବା କୌଣସି ଭୁଲ୍‌ର ସୁଧାର କରିବାର ଆବଶ୍ୟକ।

* ସ୍ବପ୍ନରେ ନିର୍ମଳ ପାଣି ଦେଖିବା ଅର୍ଥ ଆପଣଙ୍କ ଦ୍ୱାରା କରାଯାଇଥିବା ସମସ୍ତ ପରିଶ୍ରମ ସଫଳ ହେବାକୁ ଯାଉଛି।