ସ୍ବପ୍ନ ପୂରଣ କଲା ହୁଇଲଚେୟାର

ଖଇରା, ୧୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତ ତୁମ୍ବାପଦୀ ଗ୍ରାମର ଭାଗିରଥି ଦାସ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇପଡିଥିଲେ। ଆଉ ବିଛଣାରୁ ଉଠି ରାସ୍ତାରେ ଚାଲିବା ଆଶା ତାଙ୍କର ଧୂଳିସାତ ହୋଇ ସାରିଥିଲା। ଚିକିତ୍ସାରେ ତାଙ୍କର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଆଉ ହୁଇଲଚେୟାର କିଣିବାକୁ ଅସମର୍ଥ ଥିଲେ। କରୋନା ଯୋଗୁ କାମଧନ୍ଦା ବନ୍ଦ ଥିବାରୁ ଘର ଲୋକମାନେ ଖାଦ୍ୟ ଠିକ ଭାବେ ଯୋଗାଡ କରିପାରୁ ନ ଥିବା ବେଳେ ହୁଇଲ ଚେୟାର କିଣିବା ଅସମ୍ଭବ ଥିଲା। ଏ ସମ୍ପର୍କରେ ଗ୍ରାମର ବାବୁଲା ପଣ୍ଡା, ନଳିନୀ ମହାନ୍ତି, ରାମ ସାହୁ ବିଶିଷ୍ଟ ସମାଜସେବୀ ତଥା ଶିଳ୍ପପତି ଶଶି କୁମାର ସାହୁ ଅବଗତ କରାଯିବାରେ ସେ ଏକ ହୁଇଲଚେୟାର ପ୍ରଦାନ କରିବା ସହ ଖାଦ୍ୟସାମଗ୍ରୀ ଯୋଗାଡ ପାଇଁ ୨ହଜାର ଟଙ୍କା ଦେଇଥିଲେ। ରବିବାର ସାହୁଙ୍କ ଏକାନ୍ତ ଅନୁଗତ ଦୀପକ କୁମାର ପ୍ରଧାନ ଓ ଅକ୍ଷୟ କୁମାର ଧିନ୍ଦା ଗ୍ରାମରେ ପହଞ୍ଚି ହୁଇଲ ଚେୟାର ପ୍ରଦାନ କରିବା ପରେ ଭାଗିରଥି ଖୁସିରେ ଆମତ୍ବିଭୋର ହୋଇପଡିଥିଲେ। ତାଙ୍କର ଦୀର୍ଘଦିନର ଆଶା ପୂରଣ ହେଲା ବୋଲି ଗଦାଧର ଲୁହଭରା ନୟନରେ କହିଥିଲେ। ସେହିଭଳି କିଡ୍‌ନୀ ରୋଗରେ ଆକ୍ରାନ୍ତ ଯୋଗୁ ସର୍ବହରା ହୋଇ ପଡିଥିବା ସେହି ଗ୍ରାମର ଗଦାଧର ସାହୁଙ୍କୁ ତାଙ୍କର ସହଯୋଗୀ ଅକ୍ଷୟ ଧିନ୍ଦାଙ୍କ ସହାୟତାରେ ୧ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଛି।