ଅଲଓ୍ବର,୧।୯: ରାଜସ୍ଥାନ ଅଲଓ୍ବରର ରମେଶ ଚାନ୍ଦ ମିନା ନାମକ ଜଣେ ଶିକ୍ଷକ ତାଙ୍କ ସ୍ବପ୍ନ ପୂରଣ କରିବା ଲାଗି ହେଲିକପ୍ଟରରେ ଯାତ୍ରା କରିଛନ୍ତି। କଥା ହେଲା ଶିକ୍ଷକ ଜଣକ ଅବସର ଗ୍ରହଣ କରିବା ପରେ ନିଜ ଗାଁକୁ ହେଲିକପ୍ଟରରେ ଫେରିଛନ୍ତି। ତେବେ ସେ ଏକା ନୁହେଁ ସାଙ୍ଗରେ ସ୍ତ୍ରୀଙ୍କୁ ମଧ୍ୟ ନେଇ ଯାଇଛନ୍ତି। ରମେଶ ଶନିବାର ଅବସର ଗ୍ରହଣ କରିବା ପରେ ସ୍କୁଲଠାରୁ ୨୨ କିଲୋମିଟର ଦୂର ନିଜ ଗାଁ ମାଲାଓ୍ବଲିକୁ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଆସିଥିଲେ। ଆଉ ଏହି ଦୃଶ୍ୟ ଦେଖିବାକୁ ଗାଁ ଲୋକଙ୍କ ଭିଡ ଜମିଥିଲା। ରମେଶ କହିଛନ୍ତି ବହୁ ଦିନରୁ ତାକର ସ୍ବପ୍ନ ଥିଲା ହେଲିକପ୍ଟରରେ ବସିବାକୁ। ଆଉ ଅବସର ଗ୍ରହଣ କରିବା ଦିନ ଏହାକୁ ସ୍ମୃତି କରି ସାଇତି ରଖିବାକୁ ସେ ଏହି ହେଲିକପ୍ଟର ଯାତ୍ରା କରିଥିବା ପ୍ରକାଶ କରିଛନ୍ତି।