ସ୍ବଭାବିକ ହେଲା ଟ୍ରେନ ଚଳାଚଳ

ମୁନିଗୁଡ଼ା,୯ା୮(ଡ଼ି.ଏନ.ଏ)- ଲଗାଣ ବର୍ଷା ଯୋଗୁ ଗତ ୬ ତାରିଖ ରାତିରେ ରାୟଗଡ଼ା ଜିଲା ଆମ୍ବାଦୋଳା ରେଳ ଷ୍ଟେଶନ ନିକଟରେ ରେଳ ଧାରଣା ଧୋଇ ହୋଇଯାଇଥିଲା ା ଯୁଦ୍ଧକାଳୀନ ଭିତ୍ତିରେ ରେଳ ଲାଇନ ମରାମତି ପରେ ଦୀର୍ଘ ୩୬ ଘଣ୍ଟା ପରେ ଶୁକ୍ରବାର ରେଳ ଚଳାଚଳ ସ୍ବଭାବିକ ହୋଇଛି ା ଉକ୍ତ ଲାଇନରେ ପ୍ରଥମେ ଏକ ମାଲବାହୀ ଟ୍ରେନକୁ ପରୀକ୍ଷାମୂଳକ ଭାବେ ଛଡ଼ାଯାଇଥିଲା ା ପରେ ଗାନ୍ଧୀଧାମ, ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଛଡ଼ାଯାଇଥିଲା ା ଦୁଇଟି ଟ୍ରାକ ମଧ୍ୟରୁ କେବଳ ଗୋଟିଏ ଟ୍ରାକରେ ଟ୍ରେନ ଚଳାଚଳ ସ୍ବଭାବିକ ହୋଇଛି ା ଅନ୍ୟପଟେ ଏହି ରୁଟ୍‌ରେ ଚଳାଚଳ କରୁଥିବା କିଛି ଟ୍ରେନକୁ ଏବେ ବି ବାତିଲ କରାଯାଇଛି ା ଆଉ କିଛି ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି ା