Categories: ଜାତୀୟ

ସ୍ବରାଜ କୌଶଳଙ୍କୁ ପ୍ରେମ ବିବାହ କରିବା ପାଇଁ ପିତାଙ୍କୁ ମନର କଥା ଖୋଲି କହିଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ପ୍ରେମ ବିବାହ କରିବା ପାଇଁ ନିଜ ମନର କଥା ପିତା ହରଦେବ ଶର୍ମାଙ୍କୁ ଖୋଲି କହିଥିଲେ। ପିତା ପ୍ରଥମେ ମନା କରିଥିଲେ ବି ଶେଷରେ ରାଜି ହୋଇଥିଲେ। ସ୍ବରାଜ କୌଶଳ ଏବଂ ସୁଷମା ଆଇନ ପାଠ ପଢ଼ିବା ସହିତ ସାଥିହୋଇ ଦିଲ୍ଲୀରେ ପ୍ରାକ୍ଟିସ୍‌ କରୁଥିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା। ଏହାପରେ ପ୍ରେମ ବିବାହରେ ପରିଣତ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ନିବିଡ଼ ଭଲ ପାଇବା ଥିଲା। ସୁଷମା ଅଧିକାଂଶ ସମୟରେ କୌଶଳଙ୍କ ସହିତ ନିଜର ଫଟୋ ସୋସିଆଲ୍‌ ମିଡ଼ିଆରେ ଶେୟାର କରୁଥିଲେ। ଏହାକୁ ଫଲୋରର୍ସମାନେ ବେଶ୍‌ ପସନ୍ଦ ମଧ୍ୟ କରୁଥିଲେ।

Share