Categories: ଜାତୀୟ

ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ପିଡିପି ଏମ୍‌ପିଙ୍କ ଚିଠି: ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରାଯାଉ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ଜମ୍ମୁ-କଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହବନ୍ଦୀ ଥିବା ରାଜ୍ୟର ସମସ୍ତ ରାଜନେତାମାନଙ୍କୁ ତୁରନ୍ତ ମୁକ୍ତକରିବା ଲାଗି ପିଡିପିର ରାଜ୍ୟ ସଭା ଏମ୍‌ପି ମହମ୍ମଦ ଫୟାଜ୍‌ ମିର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ଜମ୍ମୁ-କଶ୍ମୀରରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବା ଫଳରେ ରାଜ୍ୟବାସୀ ନାହିଁ ନ ଥିବା ସମସ୍ୟା ଭୋଗକରୁଛନ୍ତି। ନେତାଶୂନ୍ୟ ହୋଇପଡ଼ିଥିବା ଏହି ଅଞ୍ଚଳର ଲୋକେ ଭୟର ବାତାବରଣ ମଧ୍ୟରେ ଅଛନ୍ତି। ତେଣୁ ୩୭୦ ଅନୁଚ୍ଛେଦ ହଟାଯିବା ପରେ ଅଗଷ୍ଟ ୫ରୁ ଅଟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି, ଫାରୁକ୍‌ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲାଙ୍କ ସହ ସମସ୍ତ ରାଜନେତା ଓ କର୍ମୀଙ୍କୁ ତୁରନ୍ତ ମୁକ୍ତ କରାଯାଉ।

Share