ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅହମଦାବାଦରେ ପହଞ୍ଚିଲେ ଏମ୍ସ ନିର୍ଦ୍ଦେଶକ

ଅହମଦାବାଦ,୯।୫: ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶନିବାର ଗୁଜରାଟ ଅହମଦାବାଦର ସିଭିଲ ହସ୍ପିଟାଲରେ ପହଞ୍ଚିଛନ୍ତି। ସେଠାରେ ସେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ କୋଭିଡ-୧୯ ଚିକିତ୍ସା ସମ୍ପର୍କରେ ଉପଦେଶ ଦେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେର ମେ’ ୮ରେ ଡାକ୍ତର ଗୁଲେରିଆ ଓ ଡାକ୍ତର ମନିଶ ସୁରେଜା ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଅହମଦାବାଦ ଗସ୍ତ କରିବା ସହ ସେଠାରେ ଥିବା ସିଭିଲ ହସ୍ପିଟାଲ ଓ ଏସ୍‌ଭିପି ହସ୍ପିଟାଲରେ ଡାକ୍ତରମାନଙ୍କୁ କୋଭିଡ-୧୯ ଚିକିତ୍ସା ସମ୍ପର୍କିତ ବିଶେଷଜ୍ଞ ପରାମର୍ଶ ଦେବାର କାର୍ଯ୍ୟକ୍ରମ ଥିଲା। ସୂଚନାଯୋଗ୍ୟ, ମହାରାଷ୍ଟ୍ର ପରେ ଗୁଜରାଟରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଠାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୭,୪୦୪ ଓ ୪୪୯ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Share