Categories: ଜାତୀୟ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟକୁ ନେଇ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ,୨୫ା୧୨(ପି.ଟି./ଆଇଏଏନ୍‌ଏସ୍‌): ଏନ୍‌ସିଆର୍‌ ପ୍ରସ୍ତୁତି ପାଇଁ ଏନ୍‌ପିଆର୍‌ ପ୍ରଥମ ପଦକ୍ଷେପ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଘେରିଛି। କଂଗ୍ରେସ ପକ୍ଷରୁ ଟୁଇଟ୍‌ କରାଯାଇଛି ଯେ, ଏନ୍‌ପିଆର୍‌କୁ ନେଇ ଏନ୍‌ଆର୍‌ସି ପ୍ରସ୍ତୁତ କରାଯିବ। ଏହି ବିଷୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ୨୦୧୮-୧୯ ବାର୍ଷିକ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ସେହିପରି ୨୦୧୪ରେ ତତ୍କାଳୀନ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ମଧ୍ୟ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ ସମାନ କଥା କହିଥିଲେ। ଏବେ କିଏ ମିଛ କହୁଛି? ଭାଜପା ସରକାର ନିଜ ଜାଲରେ ଛନ୍ଦି ହୋଇଯାଇଛି ବୋଲି କଂଗ୍ରେସ ଟୁଇଟ୍‌ କରିଛି।

Share