ସ୍ବର୍ଗଦ୍ୱାରର ହଟିଲା ବିଜୁ ବାବୁଙ୍କ ସମାଧିପୀଠ

ପୁରୀ ଅଫିସ,୧୯।୧୨: ପୁରୀ ସ୍ବର୍ଗଦ୍ୱାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠକୁ ହଟାଇ ଦିଆଯାଇଛି। ବୁଧବାର ରାତିରେ ପ୍ରଶାସନ ପକ୍ଷରୁ ଏହି ସ୍ମୃତିପୀଠକୁ ଉଚ୍ଛେଦ କରାଯାଇଛି।

ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାମ ପାଇଁ ସରକାରଙ୍କ ପକ୍ଷରୁ ୫ କୋଟି ଟଙ୍କା ଅନୁଦାନ ଘୋଷଣା କରାଯାଇଛି। କାମ ଆରମ୍ଭ ପୂର୍ବରୁ ଏହା ପରିସରରେ ଥିବା ଏକାଧିକ ପୁରୁଣା କୋଠାଗୁଡ଼ିକୁ ପୂର୍ବରୁ ଭଙ୍ଗାଯାଇଥିଲା। ତେବେ ଉଚ୍ଛେଦ କାର୍ଯ୍ୟ ଶେଷ ହେବା ପରେ ପ୍ରଥମେ ଗୋଟିଏ ପାର୍ଶ୍ୱରେ ଦାହ ପାଇଁ ୭ଟି ପିଣ୍ଡି ନିର୍ମାଣ କରାଯିବ। ଏହି ସମୟରେ ଅପରପାର୍ଶ୍ୱରେ ମୃତଦେହ ଦାହ ଚାଲୁଥିବ। ପିଣ୍ଡି ନିର୍ମାଣ ଶେଷ ହେବା ପରେ ଅପରପାର୍ଶ୍ୱରେ ଆଉ ୭ଟି ପିଣ୍ଡି ନିର୍ମାଣ ହେବ। ଏହାସହ ମୃତଦେହ ଆଣି ଆସୁଥିବା ପରିଜନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ଏହି ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଲୋକେ କୌଣସି ପ୍ରକାର ଭ୍ରମରେ ନ ପଡ଼ନ୍ତୁ। ଉଚ୍ଛେଦ ଓ ମୃତଦେହ ଦାହ କାର୍ଯ୍ୟ ସମାନ୍ତରାଳ ଭାବେ ଚାଲିବ। ଏଥିରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ବୋଲି ଉପଜିଲାପାଳ ସ୍ପଷ୍ଟ କରିଛନ୍ତି।