Categories: ଖେଳ

ସ୍ବର୍ଣ୍ଣପଦକ ଜିତିଲେ ସମରେନ୍ଦ୍ର

ବେତନଟୀ,୧୮ା୧୧(ସ୍ବ.ପ୍ର.):ମହାରାଷ୍ଟ୍ରର ପୁନେରେ ଚାଲିଥିବା ୭୧ତମ ସର୍ବଭାରତୀୟ ପୋଲିସ କ୍ରୀଡ଼ା ଶକ୍ତିଉତ୍ତୋଳନ (ପାୱାରଲିଫ୍ଟ) ପ୍ରତିଯୋଗିତାରେ ଗୁରୁବାର ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ମୟୂରଭଞ୍ଜ ପୋଲିସ ପକ୍ଷରୁ ପ୍ରତିନିଧିତ୍ତ୍ୱ କରୁଥିବା କନଷ୍ଟେବଳ ସମରେନ୍ଦ୍ର ମହାନ୍ତ। ସମରେନ୍ଦ୍ରଙ୍କ ଘର ବେତନଟୀ ଥାନା ଅଧୀନ ଲଙ୍ଗଳକଟା ଗ୍ରାମରେ। ଲଙ୍ଗଳକଟାସ୍ଥିତ ଶକ୍ତିମାନ ଜିମ୍ନାସିୟମର ପ୍ରତିଷ୍ଠାତା ପରେଶଚନ୍ଦ୍ର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଶକ୍ତିଉତ୍ତୋଳନର ପ୍ରଶିକ୍ଷଣ ନେଉଥିଲେ। ତେବେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ସମରେନ୍ଦ୍ର ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା ସରକାରଙ୍କ ଗୃହବିଭାଗରେ କନଷ୍ଟେବଳ ଭାବରେ ଚାକିରି ପାଇଥିଲେ। ସେ ନିଜର ଅଭ୍ୟାସ ଜାରି ରଖିବା ସହ ସର୍ବଭାରତୀୟ ପୋଲିସ କ୍ରୀଡାରେ ଭାରତବର୍ଷର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ସମରେନ୍ଦ୍ର ସଫଳତାର ସହିତ ଉତ୍ତୋଳନ ୫୯କିଲୋଗ୍ରାମ ବର୍ଗରେ ସ୍ଫୁଟ ୧୭୫ କିଲୋ, ବେଞ୍ଚପ୍ରେସ ୯୫କିଲୋ ଏବଂ ଡେଡଲିଫ୍ଟ ୨୧୦ କିଲୋ ଏହିଭଳି ମୋଟ ୪୮୦ କିଲୋଗ୍ରାମ ଉତ୍ତୋଳନ କରିଥିଲେ।

Share