ସ୍ବର୍ଣ୍ଣ ମନ୍ଦିର ଦର୍ଶନ କଲେ ଆମିର

ଅମୃତସର,୩୦।୧୧: ବଲିଉଡ୍‌ ଅଭିନେତା ଆମିର ଖାଁ ଶନିବାର ପଞ୍ଜାବର ଅମୃତସରଠାରେ ଥିବା ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି। ସେ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ ସିଂ ଚଢା’ର ଶୁଟିଂ ପାଇଁ ପଞ୍ଜାବ ଯାଇଥିବା ବେଳେ ସ୍ବର୍ଣ୍ଣ ମନ୍ଦିର ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ସେ ପୂଜାର୍ଚ୍ଚନା କରିଛନ୍ତି। ବେଶ୍‌ କିଛି ଦିନ ହେବ ବଲିଉଡ୍‌ ପରଦାରୁ ଦୂରରେ ରହିଥିବା ଏହି ନାୟକଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ଦର୍ଶକେ ଅପେକ୍ଷା ରଖିଛନ୍ତି। ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଏହି କାଳାକାରଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। କେବଳ ଅଭିନୟ ନୁହେଁ ନିଜର ପର୍ସନାଲିଟି ଯୋଗୁ ବି ଏହି ଅଭିନେତା ବେଶ୍‌ ପରିଚିତ।

Share