Categories: ଫୁରସତ

ସ୍ବର ନିୟନ୍ତ୍ରିତ ଏଆଇ ସାଇକେଲ

ଚାଇନା: ଚାଇନାର ଶିଙ୍ଗୁଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସାଇକେଲ ପ୍ରସ୍ତୁତ କରିଛନ୍ତି। ଏହି ସାଇକେଲ ସ୍ବର ଦ୍ୱାରା ନିୟନ୍ତ୍ରଣ ହୋଇପାରୁଛି। ଚାଳକ ମାଇକ୍ରୋଫୋନ ସ୍ବରରେ ଏହାକୁ ନିୟନ୍ତ୍ରଣ କରେ। ସାଇକେଲରେ ଏକ ଭଏସ୍‌ ଆସିଷ୍ଟାଣ୍ଟ୍‌ ଆଲେକ୍ସା ଲଗାଯାଇଛି ଯାହା ଶବ୍ଦ ବାରି ବେଗ ବଢାଇଥାଏ। ବେକଳ ଏତିକି ନୁହେଁ ସ୍ବର କିମ୍ବା ଶବ୍ଦ ମାଧ୍ୟମରେ ଏହା ଡାହାଣ କି ବାମକୁ ଯାଇପାରୁଛି। ସାଇକେଲରେ ଲାଗିଥିବା କ୍ୟାମେରା ରାସ୍ତାରେ ଥିବା ବାଧା ସମ୍ପର୍କରେ ସୂଚନା ଦେଇ ବେଗ ନ ବଢାଇବା ପାଇଁ ସତର୍କ କରିଦିଏ ଓ ଆପଣାଛାଏଁ ଭାରସାମ୍ୟ ରକ୍ଷା କରିଥାଏ। ସାଇକେଲର ପଛ ଚକରେ ଏଆଇ ଚିପ୍ସ ଲଗାଯାଇଛି। ଏଥିରେ ଲଗାଯାଇଥିବା ସେନ୍‌ସରରୁ ଜାଣିହୁଏ ଏହା କତେ ସ୍ପିଡ୍‌ରେ ଚାଲୁଛି। ଏହା ଆଗରେ ଯଦି କେହି ରହିଯାନ୍ତି ତେବେ ଏହା ଦିଗ ବଦଳାଇ ପୁଣି ସିଧା ଚାଲିପାରିବ । ଏହା ରାସ୍ତାରେ ଥିବା ସ୍ପିଡ୍‌ ବ୍ରେକର ଓ ଟ୍ରାଫିକକୁ ଜାଣିବାରେ ବି ସକ୍ଷମ। ଏହି ସାଇକେଲରେ ପେଡାଲ ମାରିବାକୁ ପଡିନଥାଏ। ନେଚର ଜର୍ନାଲରେ ପ୍ରକାଶିତ ତଥ୍ୟରୁ ଜଣାପଡେ ଯେ,ଏଆଇ ସାଇକେଲରେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଯାଇହେବ।

Share