ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ

ନିମାପଡ଼ା,୨୭-୧୧(ଡି.ଏନ୍‌.ଏ.):ନିମାପଡ଼ା ଏନ୍‌ଏସି ଅନ୍ତର୍ଗତ ୧୧ନଂ. ଓ୍ବାର୍ଡ ଅଞ୍ଚଳରେ ମଙ୍ଗଳବାର ଜଣେ ମହିଳା ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତାଙ୍କ ପୁଅ ଓ କେତେଜଣ ଗ୍ରାମବାସୀ କହିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ଏନ୍‌ଏସି ଅଞ୍ଚଳରେ ଥିବା ନର୍ଦ୍ଦମା, ନାଳ, ଜୋର, ପଡ଼ିଆ ଆଦିରେ ଘୁଷୁରି ଚରୁଥିବାରୁ ଏହି ରୋଗ ଦେଖାଯାଇଥିବା ପୌରବାସୀ, ଅଶୋକ ବରାଳ, ରାମଚନ୍ଦ୍ର ସ୍ବାଇଁ, ଭରତ ବେହେରା, ଲକ୍ଷ୍ମୀଧର ସ୍ବାଇଁ ପ୍ରମୁଖ କହିଛନ୍ତି। ଏ ଦିଗରେ ତୁରନ୍ତ ଏନ୍‌ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଶତାଧିକ ପୌରବାସୀ ଦାବି କରିଛନ୍ତି।

Share