ସ୍ବାଗତ କେନ୍ଦ୍ରରେ ସଂକ୍ରମଣ ଭୟ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ତାଉ ଓ ଭୋକର ଦାଉରୁ ବଞ୍ଚତ୍ବା ପାଇଁ ଏବେ ବାହାର ରାଜ୍ୟରୁ ଲକ୍ଷଲକ୍ଷ ପ୍ରବାସୀ ନିଜ ରାଜ୍ୟକୁ ଫେରୁଛନ୍ତି। ଟ୍ରେନ୍‌, ବସ୍‌, ସାଇକେଲ ବ୍ୟତୀତ ଶହଶହ କି.ମି. ଚାଲିଚାଲି ଆସୁଛନ୍ତି। ପ୍ରତିଦିନ ଭୁବନେଶ୍ୱର ଦେଇ ଦଳଦଳ ହୋଇ ପ୍ରବାସୀ ଯାଉଛନ୍ତି। ପ୍ରବାସୀଙ୍କ ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୩ ପ୍ରବେଶ ପଥରେ ସ୍ବାଗତ କେନ୍ଦ୍ର ବା ଟ୍ରାଞ୍ଜିଟ୍‌ ପଏଣ୍ଟ୍‌ ଖୋଲାଯାଇଛି। ହେଲେ ଏହି ସ୍ବାଗତ କେନ୍ଦ୍ରରୁ ଏବେ ସଂକ୍ରମଣ ଆଶଙ୍କା ଦେଖାଦେଇଛି। ଏଠାରେ କୌଣସି ସାମାଜିକ ଦୂରତ୍ୱ ରହୁନି। ପୁଣି ସେପରି ସତର୍କତାମୂଳକ ବ୍ୟବସ୍ଥା ନ ଥିବାରୁ ପ୍ରବାସୀଙ୍କ ମନରେ ସଂକ୍ରମଣ ଭୟ ରହୁଛି। ନାନା ଅବ୍ୟବସ୍ଥା ସେମାନଙ୍କ ଦୁଃଖ ଯନ୍ତ୍ରଣାକୁ ବହୁଗୁଣିତ କରିଛି। ଖୋଦ୍‌ ପୋଲିସ ଓ ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କୁ ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ରହିଛି। ବିଶେଷକରି ରସୁଲଗଡ଼ସ୍ଥିତ ସ୍ବାଗତ କେନ୍ଦ୍ରରେ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଏହା ପରିସରକୁ ଗଣମାଧ୍ୟମକୁ ବାରଣ କରାଯାଇଛି। କିନ୍ତୁ ବାହାରୁ ଭିତର ଦୃଶ୍ୟକୁ ନଜର ପକାଇଲେ ଏହା ସ୍ପଷ୍ଟ ବାରିହୋଇ ପଡୁଛି।
ଉତ୍ପାତ କରୁଛନ୍ତି ଅମାନିଆ
ସ୍ବାଗତ କେନ୍ଦ୍ରରେ ଅନେକ ନିଶାସକ୍ତ ଓ ଅମାନିଆ ଉତ୍ପାତ କରିବା ସହ ଚୋରି କରୁଛନ୍ତି। ଏଥିସହ ଅନ୍ୟମାନଙ୍କୁ ସ୍ପର୍ଶ କରୁଛନ୍ତି। ୪ ଦିନ ହେବ ବାଲେଶ୍ୱରର ଜଣେ ପ୍ରବାସୀ ଏଠାରେ ଏମିତି ଉତ୍ପାତ କରିଥିଲେ। ରବିବାର ତାଙ୍କୁ କର୍ତ୍ତୃପକ୍ଷ ବାହାର କରିଦେଇଥିବା ଜଣାପଡ଼ିଛି। ଯଦି ଉକ୍ତ ବ୍ୟକ୍ତି ଜଣକ ସଂକ୍ରମିତ ହୋଇଥାନ୍ତି ତା’ହେଲେ ଅନ୍ୟମାନଙ୍କୁ ସଂକ୍ରମଣ ଆଶଙ୍କା ରହିଛି।
ଅବ୍ୟବସ୍ଥାକୁ ନେଇ କରୋନା ଯୋଦ୍ଧାଙ୍କ ଅସନ୍ତୋଷ
କଲିକତାର ଆଲିପୁରସ୍ଥିତ ଏକ ହାର୍ଟ ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟରତ ଓଡ଼ିଶାର ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଆର୍‌. ସାମନ୍ତରାୟଙ୍କୁ ଶନିବାର ଭୁବନେଶ୍ୱରରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। କାର୍ଯ୍ୟ କରୁଥିବା ହସ୍ପିଟାଲରେ କେତେଜଣ ରୋଗୀଙ୍କର କରୋନା ପଜିଟିଭ୍‌ ବାହାରିବା ପରେ ସେ କଲିକତାରୁ ବସ୍‌ରେ ଭୁବନେଶ୍ୱର ଫେରିଥିଲେ। ଏଠାରେ ପହଞ୍ଚତ୍ବା ପରେ ସହରର ୩ଟି ଟ୍ରାଞ୍ଜିଟ୍‌ ପଏଣ୍ଟ୍‌ ବୁଲିବାକୁ ପଡ଼ିଥିଲା। ଶେଷରେ ରସୁଲଗଡ଼ସ୍ଥିତ କେନ୍ଦ୍ରରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଯିବା ପାଇଁ ସ୍ବତନ୍ତ୍ର ଗାଡ଼ି ମାଗିଥିଲେ। କିନ୍ତୁ ନ ମିଳିବାରୁ ସେ ଅଟୋ ଭଡ଼ା କରି ଯାତ୍ରୀନିବାସ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚତ୍ଥିଲେ। ହେଲେ ସେଠାରେ ରୁମ୍‌ ପାଇବାକୁ ଖରାରେ ତାଙ୍କୁ ୪ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା ବୋଲି ସେ ଅସନ୍ତୋଷର ସହ କହିଛନ୍ତି।
ଶୁଣୁନି ଜିଲା ପ୍ରଶାସନ, ଯିବୁ କେମିତି
ମୁଁ ବ୍ରହ୍ମପୁରରେ ଓହ୍ଲାଇବା କଥା। କିନ୍ତୁ ବସ୍‌ଟି ଆମକୁ ଭୁବନେଶ୍ୱର ନେଇ ଆସିଥିଲା। ଜିଲା ପ୍ରଶାସନ ଆମକୁ ନେବାକୁ ଗାଡି ପଠାଉନାହାନ୍ତି। ଟ୍ରାଞ୍ଜିଟ୍‌ ଦାୟିତ୍ୱରେ ଥିବା କର୍ମଚାରୀ କହୁଛନ୍ତି ନିଜ ଖର୍ଚ୍ଚରେ ଯାଅ, ନଚେତ୍‌ ଗାଡ଼ିକୁ ଅପେକ୍ଷା କର। ପାଖରେ ପଇସା ନାହିଁ। କେମିତି ଯିବୁ। ଏପଟେ ଏଠାରେ ଅଧିକ ଗହଳି ହେଉଥିବାରୁ ସାମାଜିକ ଦୂରତ୍ୱ ରହୁନି। ସଂକ୍ରମଣକୁ ନେଇ ଡର ଲାଗୁଛି।
– ମିନତି ଆପଦ, ବ୍ରହ୍ମପୁର
ଖାଇବା ପିଇବାରେ ଅନେକ ସମସ୍ୟା
ଭାଇଜାକ୍‌ରୁ ଚାଲି ଚାଲି ଆସି ଭୁବନେଶ୍ୱରରେ ପହଞ୍ଚତ୍ଥିଲି। ପୋଲିସ ଯାଞ୍ଚ କରି ଛାଡ଼ିଦିଆଯିବ କହି ଏଠାକୁ ନେଇ ଆସିଲା। କିନ୍ତୁ ଏଠାରେ ଦୁଇଦିନ ହେବ ରହିଛି। ଖାଦ୍ୟ ଓ ପାନୀୟରେ ଭାରି ସମସ୍ୟା ହେଉଛି। ପେଟ ପୂରୁନି। ମୋ ଭଳି ଶହଶହ ପ୍ରବାସୀ ଏଠାରେ ଦୟନୀୟ ଭାବେ ପଡ଼ି ରହିଛନ୍ତି। ଅନ୍ୟ କେତେକଜଣ ୩/୪ଦିନ ହେବ ରହିଛନ୍ତି।
– ମିର ସବାଏ (ବାଲେଶ୍ୱର)
ଆକଳନଠାରୁ ଅଧିକ ପ୍ରବାସୀ ଆସିବାରୁ ସମସ୍ୟା
ଟ୍ରାଞ୍ଜିଟ୍‌ ପଏଣ୍ଟ ଏକ ଅସ୍ଥାୟୀ ଶିବିର, ସେଠାରେ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ ନାହିଁ। ପ୍ରବାସୀଙ୍କୁ ସ୍ବାଗତ କରିବା ସହ ପଞ୍ଜୀକରଣ କରାଇବା ଲକ୍ଷ୍ୟରେ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ବହୁ ବ୍ୟବସ୍ଥା ହୋଇଛି। ଆକଳନଠାରୁ ଅଧିକ ପ୍ରବାସୀ ଆସୁଥିବାରୁ ସମସ୍ୟା ଉପୁଜୁଛି। ତାହା ମଧ୍ୟ ସମାଧାନ କରାଯାଉଛି। ଆଗକୁ ବିଏମ୍‌ସି ଅଧିକ ଧ୍ୟାନ ଦେବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri