Categories: ଜାତୀୟ

ସ୍ବାତୀ ମାଲିଓ୍ବାଲଙ୍କ ଅନଶନ ଜାରି: କମିଲା ୩ କିଲୋ ଓଜନ

ନୂଆଦିଲ୍ଲୀ,୮।୧୨: ବଳାତ୍କାର ମାମଲାରେ ୬ ମାସ ମଧ୍ୟରେ ଫାଶି ଦଣ୍ଡାଦେଶ ସହ ଆହୁରି କିଛି ଦାବି ନେଇ ନୂଆଦିଲ୍ଲୀର ରାଜଘାଟ ନିକଟ ସମତା ସ୍ଥଳରେ ଅନଶନରେ ବସିଛନ୍ତି ଢ଼ହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ। ସ୍ବାତୀଙ୍କ ଅନଶନ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଡାକ୍ତରୀ ପରୀକ୍ଷାରୁ ଜଣାପଡିଛି ଏବେ ତାଙ୍କ ଶରୀରର ଓଜନ ୩ କିଲୋ କମିଯାଇଛି। ଏହାସହ ତାଙ୍କ ଶରୀର ଦୁର୍ବଳ ହେବାରେ ଲାଗୁଛି ବୋଲି ଡାକ୍ତର କହିଛନ୍ତି। ପ୍ରତିଦିନ ସକାଳେ ସେ ଗାନ୍ଧିଜୀଙ୍କ ସମାଧିସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଉଥିବା ବେଳେ ଶନିବାର ସେ ସେଠାକୁ ହ୍ବିଲ ଚେୟାରରେ ଯାଇଥିବା ଜଣାପଡିଛି। ଶନିବାର ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଶୋକ ପ୍ରକାଶ କରିବା ସହ ଏକ ମାସ ମଧ୍ୟରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

Share