ସ୍ବାଦ, ଘ୍ରାଣଶକ୍ତି କମିବା କରୋନାର ନୂଆ ଲକ୍ଷଣ

ନୂଆଦିଲ୍ଲୀ,୧୪ା୬: କେନ୍ଦ୍ର ସରକାର କରୋନା ରୋଗର ଲକ୍ଷଣ ମଧ୍ୟରେ ଆଉ ୨ଟିକୁ ସାମିଲ କରିଛନ୍ତି। ତାହା ହେଲା ସଂକ୍ରମିତଙ୍କଠାରେ ହଠାତ୍‌ ସ୍ବାଦ ବାରିବା ଓ ଘ୍ରାଣଶକ୍ତି କମିଯିବା। କ୍ଲିନିିକାଲ ମ୍ୟାନେଜ୍‌ମେଣ୍ଟ ପ୍ରୋଟୋକଲ: କୋଭିଡ୍‌-୧୯ ଦସ୍ତାବିଜ୍‌ରେ ୯ଟି ଲକ୍ଷଣ ଥିଲାବେଳେ ସେଥିରେ ଏହି ଦୁଇଟିକୁ ସାମିଲ କରାଯାଇଛି। ଅନ୍ୟ ଲକ୍ଷଣଗୁଡ଼ିକ ହେଲା ଜ୍ୱର, କାଶ, ଭୋକ ନ ହେବା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା, କଫ, ମାଂସପେଶୀରେ ଯନ୍ତ୍ରଣା, ନାକରୁ ପାଣି ଗଡ଼ିବା, ଗଳା ଦରଜ ଏବଂ ଡାଇରିଆ। ଜଣେ ବ୍ୟକ୍ତି ସଂକ୍ରମିତଙ୍କ ଅତି ନିକଟ ସମ୍ପର୍କରେ ଆସିଲେ ହିଁ ସଂକ୍ରମିତ ହୋଇଥାଏ। ସଂକ୍ରମିତ ବ୍ୟକ୍ତି କାଶିଲେ, ଛିଙ୍କିଲେ କିମ୍ବା କଥା ହେଲେ ତାଙ୍କ ପାଟି ଓ ନାକରୁ ବାହାରୁଥିବା ଜଳକଣା ମାଧ୍ୟମରେ ହିଁ ଭୂତାଣୁ ଅନ୍ୟ ଶରୀରକୁ ଯାଇଥାଏ। ଏହି ଜଳକଣା କୌଣସି ବସ୍ତୁ ପୃଷ୍ଠରେ ମଧ୍ୟ ରହିଥାଇପାରେ। ଉକ୍ତ ପୃଷ୍ଠକୁ ଛୁଇଁବା ପରେ ଆଖି, ନାକ କିମ୍ବା ପାଟିକୁ ଛୁଇଁବା ଦ୍ୱାରା ମଧ୍ୟ ଭୂତାଣୁ ସଂକ୍ରମିତ ହୋଇଥାଏ।