Categories: ଜାତୀୟ

ସ୍ବାଧିନ ପ୍ରାର୍ଥୀଙ୍କ ଉପରେ ଭାଜପା ଚାପ ପକାଉଥିବା ଅଭିଯୋଗ

ରୋହତକ,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏଠାରେ ୯୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଓ କଂଗ୍ରେସ ବିଜୟ ପାଇଁ କଡା କସରତ କରୁଛନ୍ତି। ଏତିକି ବେଳେ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା କହିଛନ୍ତି ଏଥର କଂଗ୍ରେସ ହରିୟାଣାରେ ସରକାର ଗଠନ କରିବ। ଏପଟେ ଫଳାଫଳକୁ ଦେଖିଲେ ଭାଜପା ଓ କଂଗ୍ରେସ ପାଖାପାଖି ଆସନରେ ଆଗୁଆ ଅଛନ୍ତି। ଏତିକି ବେଳେ ଜେଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କୁ କଂଗ୍ରେସ ନିଜ ଆଡକୁ ନେଇ କର୍ନାଟକ ରାଜନୀତି ପୁନରାବୃତ୍ତି କରିବାକୁ ଯାଉଛି ବୋଲି କୁହାଯାଉଛି। ତେବେ ଏହି ସମୟରେ କଂଗ୍ରେସ ଅଭିଯୋଗ ଆଣିଛି କି ସ୍ବାଧିନ ପ୍ରାର୍ଥୀଙ୍କ ଉପରେ ଭାଜପା ଚାପ ପକାଉଛି।

Share