Categories: ଜାତୀୟ

ସ୍ବାଧୀନତାର ୭୨ ବର୍ଷ ପରେ ବି ସରେୟା ଗାଁ ବାସିନ୍ଦା କୌଣସି ବିବାଦରେ ମାଡ଼ି ନାହାଁନ୍ତି ଥାନା

ପାଟନା,୧୭।୮: ଲୋକଙ୍କ ମଧ୍ୟରେ ବେଳେବେଳେ ଉପୁଜୁଥିବା ବିବାଦର ସମାଧାନ ପାଇଁ ଆଇନର ଆଶ୍ରୟ ନିଆଯାଇଥାଏ। ଏଥିଲାଗି ଥାନାରେ ମାମଲା ରୁଜୁ କରାଯାଇଥାଏ। ତେବେ ବିହାରର କୈମୁର ଜିଲାରେ ଥିବା ସରେୟା ଗାଁ ବାସିନ୍ଦା ସ୍ବାଧୀନତାର ୭୨ ବର୍ଷ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିବାଦରେ ଥାନା ମାଡ଼ି ନାହାଁନ୍ତି। ଗାଁର ସମସ୍ତ ବିବାଦର ସମାଧାନ ଏଠାରେ ଥିବା ଶିବ ମନ୍ଦିରରେ ହୋଇଥାଏ। ଲୋକେ ପ୍ରଭୁ ମହାଦେବଙ୍କୁ ନ୍ୟାୟାଧୀଶ ମାନି ବିବାଦର ସମାଧାନ କରିଥାନ୍ତି ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ଦିଲନଓ୍ବାଜ୍‌ ମହମ୍ମଦ କୁହନ୍ତି। ଗାଁରେ ୭ଶହ ପରିବାର ବାସ କରନ୍ତି। ଗାଁ ଲୋକଙ୍କ ଏଭଳି ନିଆରା ପରମ୍ପରା ପାଇଁ ୨୦୧୪ରେ ତତ୍କାଳୀନ ଡିଏମ୍‌ ଅରବିନ୍ଦ କୁମାର ସିଂ ଏହାକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିଥିଲେ। ବିହାରରେ ଲୋକଙ୍କ ପାଖରେ ବନ୍ଧୁକ ଲାଇସେନ୍ସ୍‌ ଥିଲେ ମଧ୍ୟ ଏହି ଗାଁର କାହା ନାମରେ ଏଭଳି ଲାଇସେନ୍ସ୍‌ ନାହିଁ। ଲୋକେ ଶାନ୍ତିରେ ରହିବାକୁ ପସନ୍ଦ କରନ୍ତି ବୋଲି ପୋଲିସ ଅଧିକାରୀ ଦିଲନଓ୍ବାଜ୍‌ ମହମ୍ମଦ କୁହନ୍ତି।

Share