Categories: ଜାତୀୟ

ସ୍ବାଧୀନତାର ୭୨ ବର୍ଷ ପରେ ବି ତ୍ରିଶୁଳି ଗାଁରେ ପହଞ୍ଚିନି ବିଦ୍ୟୁତ୍‌ ଆଲୋକ

ରାୟପୁର,୧୩।୬: ଦେଶ ସ୍ବାଧୀନ ହେବାର ୭୨ ବର୍ଷ ବିତିଯାଇଛି। ଇତିମଧ୍ୟରେ ଦେଶରେ ବିଦ୍ୟୁତ୍‌କରଣ କାର୍ଯ୍ୟ ଜାରି ରହିଛି। ତେବେ ଏବେ ବି ଛତିଶଗଡ଼ର ବଳରାମପୁର ଜିଲା ଅନ୍ତର୍ଗତ ତ୍ରିଶୁଳି ଗାଁରେ ପହଞ୍ଚିପାରିନି ବିଦ୍ୟୁତ୍‌ ଆଲୋକ। ଗାଁରେ ବାସ କରୁଥିବା ଶହେରୁ ଅଧିକ ପରିବାର ରାତିରେ ଲଣ୍ଠନ ଜାଳିଥାନ୍ତି। ଏନେଇ ଗ୍ରାମବାସୀ ଅନେକ ଥର ଜିଲାପାଳ ସଞ୍ଜିବ କୁମାର ଝାଙ୍କୁ ପତ୍ର ଲେଖିଛନ୍ତି। ତେବେ ପରିସ୍ଥିତିରେ କୌଣସି ସୁଧାର ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି। ସନ୍ଧ୍ୟା ହେଲେ ଛୋଟ ପିଲା ଦଳ ହୋଇ ଲଣ୍ଠନ ଏବଂ ଡିବିରି ଆଲୋକରେ ପାଠ ପଢୁଛନ୍ତି। ଶୀଘ୍ର ପରିସ୍ଥିତିରେ ସୁଧାର ହେବ ବୋଲି ଜିଲାପାଳ କହିଛନ୍ତି।

Share