Categories: ଜାତୀୟ

ସ୍ବାଧୀନତା ଦିବସର ୯୨ ମିନିଟ୍‌ର ଭାଷଣ: ପ୍ରଧାନମନ୍ତ୍ରୀ ସର୍ବାଧିକ ୪୭ ଥର ନାଗରିକ ଶବ୍ଦର କଲେ ଉଚ୍ଚାରଣ

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରୁ ଦେଶ ଉଦ୍ଦେଶ୍ୟରେ ୯୨ ମିନିଟ୍‌ ଭାଷଣ ଦେଇଛନ୍ତି। ଏହି ସମୟରେ ସେ ସର୍ବାଧିକ ୪୭ ଥର ନାଗରିକ ଶବ୍ଦର ଉଚ୍ଚାରଣ କରିଛନ୍ତି। ସେ ୩୦ ଥର ସ୍ବତନ୍ତ୍ରତା ଶବ୍ଦ ଏବଂ ୨୪ ଥର ପାଣି ଶବ୍ଦର ବ୍ୟବହାର କରିଛନ୍ତି। ସେହିପରି ଗରିବ ଶବ୍ଦ ୧୭ ଥର, ୧୬ ଥର ଆତଙ୍କବାଦ ଶବ୍ଦ, କିଷାନ୍‌ ଏବଂ ଅର୍ଥବ୍ୟବସ୍ଥା ୧୫ ଥର, ଧାରା ୩୭୦ ଶବ୍ଦ ୧୪ ଥର, ପର୍ଯ୍ୟଟନ ୧୩ ଥର, ବିକାଶ ୧୧ ଥର, ସେନା, ମହାତ୍ମାଗାନ୍ଧୀ, ମହିଳା ୧୦ ଥର, ଜନସଂଖ୍ୟା ୯ ଥର ଉଚ୍ଚାରଣ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ପ୍ଲାଷ୍ଟିକ୍‌ ୮ ଥର, ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌ ୭ ଥର, ଶାନ୍ତି, ଶିକ୍ଷା ଓ ଜମ୍ମୁ-କଶ୍ମୀର ୬ ଥର, ଏକ ରାଷ୍ଟ୍ର ୫ ଥର, ଯୋଜନା, ରକ୍ଷା, ଯୁଦ୍ଧ, ରୋଜଗାର, ଜ୍ଞାନକୌଶଳ, ଦଳିତ ଶବ୍ଦ ୪ ଥର ଉଚ୍ଚାରଣ କରିଛନ୍ତି। ଅପରପକ୍ଷରେ ଦୁର୍ନୀତି ଶବ୍ଦ ୩ ଥର, ବନ୍ୟା, ଚନ୍ଦ୍ରାୟନ, ଲଦାଖ ଆଦି ଶବ୍ଦ ୨ ଥର ଲେଖାଏଁ ଉଚ୍ଚାରଣ କରିଥିବାବେଳେ ସ୍ବଚ୍ଛ ଭାରତ ଶବ୍ଦ ଥରେ ଉଚ୍ଚାରଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଥରେ ହେଲେ ମଧ୍ୟ କଳାଧନ ଏବଂ ପାକିସ୍ତାନର ନାମ ଉଚ୍ଚାରଣ କରି ନ ଥିଲେ।

Share