ସ୍ବାଧୀନତା ସଂଗ୍ରାମରେ ଭଦ୍ରକର ରହିଛି ଅତୁଳନୀୟ ଅବଦାନ: ଜିଲାପାଳ

ଭଦ୍ରକ ଅଫିସ,୨୬।୧: ଭଦ୍ରକଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳନ କରାଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଯୋଗଦେଇ ସ୍ବାଧୀନତା ସଂଗ୍ରାମରେ ସଂଗ୍ରାମୀ ମାଟି ଭଦ୍ରକର ଅତୁଳନୀୟ ଅବଦାନ ଥିବା କହିଛନ୍ତି। ଏଥି ସହ ଜାତୀୟ ପତାକା ଉତ୍ତୋଳନ କରି ଜିଲାପାଳ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏଥିରେ ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ପୋଲିସ ଏବଂ ଅଗ୍ନିଶମ ବିଭାଗର ୪୩ଟି ଗ୍ରୁପ ସମ୍ମିଳିତ ପରେଡରେ ଅଂଶଗ୍ରହଣ କରିଛନ୍ତି। ଏଥିସହିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ଜିଲାପାଳ କୃତୀ ଛାତ୍ରୀଛାତ୍ର ଏବଂ କ୍ୟାଡଟ୍‌ମାନଙ୍କୁ ପୁରସ୍କୃତ କରିଛନ୍ତି।

Share