ସ୍ବାଧୀନତା ସଂଗ୍ରାମୀଙ୍କୁ ଭେଟିଲେ ପ୍ରଶାସନିକ ଅଧିକାରୀ

ବରଗଡ଼ ଅଫିସ୍‌,୨୬।୧: ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳନ କରାଯାଉଛି। ଏହି ଅବସରରେ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମରୁ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା। ବରଗଡ଼ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ସ୍ବାଧୀନତା ସଂଗ୍ରାମୀ ପ୍ରଧାନଙ୍କୁ ପୁଷ୍ପମାଲ୍ୟ ଏବଂ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Share