ସ୍ବାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ପରଲୋକ

ବରଗଡ଼ ଅଫିସ/ସୋହେଲା,୧୦।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ଶନିବାର ସକାଳେ ପରଲୋକ ଘଟିଛି। ସେ ସକାଳୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ବେଳେ ତାଙ୍କୁ ବରଗଡ଼ ସହର ଉପକଣ୍ଠ ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବାଧୀନତା ଦିବସକୁ ଆଉ ମାତ୍ର ୫ଦିନ ଥିବାବେଳେ ଦୟାନିଧିଙ୍କୁ ହରାଇଥିବା ଯୋଗୁ ବରଗଡ଼ ଜିଲାବାସୀ ଶୋକପ୍ରକାଶ କରିଛନ୍ତି।

Share