ସ୍ବାମୀଙ୍କୁ ଏହି ନାମରେ ଡାକନ୍ତି ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ଆମେରିକାର ସିଙ୍ଗର ନିକ୍‌ ଜୋନାସ୍‌ଙ୍କୁ ବିବାହ କରିଥିଲେ। ସେତେବେଳେ ଲୋକେ ଭାବୁଥିଲେ ପ୍ରିୟଙ୍କାଙ୍କ ଓଭର ରୁଲିଂ ନେଚର ଯୋଗୁ ଏମାନଙ୍କ ସମ୍ପର୍କ ବେଶିଦିନ ତିଷ୍ଠି ପାରିବ ନାହିଁ। ମାତ୍ର ଉଭୟ ଏହି କଥାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି। ବିବାହ ପରେ ଦୁଇଜଣଙ୍କ ବୈବାହିକ ଜୀବନ ବେଶ୍‌ ଆରାମରେ କଟୁଛି। ସୋସିଆଲ ମିଡିଆରେ ପ୍ରତିଦିନ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଦୁହିଁଙ୍କ ହସଖୁସିର ସଂସାର ଏବେ ଯାଏ ଠିକ୍‌ଠାକ୍‌ ଚାଲିଛି। ସ୍ବାମୀ ନିକ୍‌ଙ୍କ ସହ ବେଶ୍‌ ହସଖୁସିରେ ସମୟ ବିତାଉଛନ୍ତି। ଦୁହିଁଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା। ଏହା ମଧ୍ୟରେ ଏକ ସିକ୍ରେଟ୍‌ ମଧ୍ୟ ରହିଛି। ପ୍ରିୟଙ୍କା ନିକ୍‌ଙ୍କୁ ଶ୍ରଦ୍ଧାରେ କ’ଣ ଡାକିଥାନ୍ତି ଯାହା ଅଧିକାଂଶ ଲୋକ ଜାଣି ନ ଥିବେ। ପ୍ରିୟଙ୍କା ସ୍ବାମୀ ନିକ୍‌ଙ୍କୁ ‘ବାବୁ’ ବୋଲି ଡାକିଥାନ୍ତି। ପ୍ରିୟଙ୍କାଙ୍କ ଏହି ଡାକରେ ନିକ୍‌ ବହୁତ ଖୁସି ବୋଲି କୁହନ୍ତି। ତାଙ୍କର ଏଥିପାଇଁ କୌଣସି ଆପତ୍ତି ନାହିଁ ବୋଲି ଏକ ସାକ୍ଷାତକାରରେ ନିକ୍‌ କହିଛନ୍ତି।

Share